ETV Bharat / state

ଦୁର୍ଘଟଣାରେ ଦୁଇଖଣ୍ଡ ହେଲା ରଡ୍‌ ବୋଝେଇ ଟ୍ରକ, ଚାଳକ ମୃତ - ଦୁର୍ଘଟଣାରେ ଦୁଇଖଣ୍ଡ ହେଲା ଟ୍ରକ

କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟି ରଡ୍‌ ବୋଝେଇ ଟ୍ରକ୍‌ 2 ଖଣ୍ଡ ହୋଇଯାଇଛି । ଅଧିକ ପଢନ୍ତୁ...

Truck breaks into 2 parts in road accident in Keonjhar, Driver dead
ଦୁର୍ଘଟଣାରେ ଦୁଇଖଣ୍ଡ ହେଲା ରଡ୍‌ ବୋଝେଇ ଟ୍ରକ, ଚାଳକ ମୃତ
author img

By

Published : Dec 27, 2020, 3:16 PM IST

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ରଡ୍‌ ବୋଝେଇ ଟ୍ରକ୍‌ 2 ଖଣ୍ଡ ହୋଇଯାଇଥିବାବେଳେ ଚାଳକଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଦୁର୍ଘଟଣାରେ ଦୁଇଖଣ୍ଡ ହେଲା ରଡ୍‌ ବୋଝେଇ ଟ୍ରକ, ଚାଳକ ମୃତ

ଜିଲ୍ଲାର 20 ନମ୍ବର ଜାତୀୟ ରାଜପଥ ନେକଡ଼ା ଘର ପୋଲ ନିକଟରେ ଏହି ଲୁହା ରଡ୍‌ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଟ୍ରକଟି ଦୁଇଖଣ୍ତ ହୋଇଯାଇଥିବା ବେଳେ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ କଟକ ଜିଲ୍ଲା ଆଠଗଡ଼ ନରସିଂହପୁର ଗ୍ରାମର ଉମେଶ ନାଏକ ବୋଲି ଜଣାପଡିଛି ।

ସୂଚନାନୁଯାୟୀ ଚାଳକ ଜଣକ (ଓଡି-୩୩-ଏମ୍‌-୧୦୫୩) ନମ୍ବର ବିଶିଷ୍ଟ ଟ୍ରକ୍‌ ଯୋଗେ କେନ୍ଦୁଝରରୁ ଲୁହାରଡ୍‌ ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇବା ଫଳରେ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସଦର ପୋଲିସ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.