କେନ୍ଦୁଝର: ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟିରେ ଘଟିଛି ଅଘଟଣ । ଉକ୍ତ ରାସ୍ତାରେ ଲୁହାପଥର ବୋଝେଇ ୧୨ଚକିଆ ଟ୍ରକ ପଛରେ ଧକ୍କା ଦେଇଛି ୧୨ ଚକିଆ ଟ୍ରକ । ଫଳରେ ଡ୍ରାଇଭର ଗୁରୁତର ହୋଇଛି ।
ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ଲୁହାପଥର ବୋଝେଇ ହୋଇ ପାରାଦୀପ ଅଭିମୁଖେ ଯାଉଥିବା ଏକ ଟ୍ରକ ପଛରେ କୈାଣସି କାରଣରୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଟ୍ରକ ମଧ୍ୟରେ ଗୁରୁତର ଅବସ୍ଥାରେ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ରହିଯାଇଥିଲେ । ଘଟଣାର ଖବର ପାଇ ହରିଚନ୍ଦନପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚାଳକଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି ।
ଡ୍ରାଇଭର ଜଣଙ୍କ ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଞ୍ଚଳର ପୁଅ ସାମ ମୁଳି ବୋଲି ଜଣାପଡିଛି । ସୂଚନାଥାଉକି କୁସେଇ ସେତୁ ନିର୍ମାଣ କାର୍ଯ୍ୟ ଚାଲୁ ଥିବାରୁ ଏହି ରାସ୍ତା ରେ ଶହ ଶହ ଟ୍ରକ ଚଳାଚଳ କରୁଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ