ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳକୁ ଏକ ମାସ ହେବ ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଦୋକାନ ବଜାର ସବୁ ବନ୍ଦ କରାଯାଇଛି । ଏହି ବନ୍ଦକୁ ଅଭିନବ ଭାବରେ ପ୍ରତିବାଦ କରିଛନ୍ତି ବ୍ୟବସାୟି ମାନେ। ନିଜ ଦୋକାନ ସାମ୍ନାରେ କଳା ପତକା ଲଗାଇ ପ୍ରଶାସନର ନିଷ୍ପତିକୁ ବିରୋଧ କରିଛନ୍ତି ।
ପୌରପରିଷଦର ୧୧ ଟି ୱାର୍ଡରେ କୋରୋନା ଚିହ୍ନଟ ହେଉଥିବା ବେଳେ ଅନ୍ୟ ୫ଟି ୱାର୍ଡ ରେ କୌଣସି ବି କେସ ନାହିଁ। ତେଣୁ ଏହି ୱାର୍ଡ ଗୁଡିକରେ କଟକଣା କୋହଳ କରାଯାଇ ଦୋକାନ ଖୋଲିବାକୁ ଦାବି କରିଛନ୍ତି ବ୍ୟବସାୟୀ। ନହେଲେ କୋରୋନା ପାଇଁ ନୁହେଁ ଭୋକରେ ଜୀବନ ଚାଲିଯିବ ବୋଲି କହିଛନ୍ତି ବ୍ୟବସାୟୀ ମାନେ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ