ETV Bharat / state

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝିଆରୀ ମୃତ, ଦାଦା ଗୁରୁତର

କେନ୍ଦୁଝର ଗୋହିରା ଓଭରବ୍ରିଜ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 4 ବର୍ଷ ଝିଆରୀର ମୃତ୍ୟୁ ହୋଇଥିବା ସହ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Tragic road accident in Keonjhar;niece dead, uncle severly injured
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝିଆରୀ ମୃତ, ଦାଦା ଗୁରୁତର
author img

By

Published : Nov 17, 2020, 7:14 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଗୋହିରା ଓଭରବ୍ରିଜ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଝିଆରୀର ମୃତ୍ୟୁ ଘଟିଥିବା ସହିତ ଦାଦା ଗୁରୁତର ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଗୋହିରା ଗାଁର ବାଣେଶ୍ବର ନାଇକ ନିଜ ବର୍ଷକର ଝିଅ ସହ 4 ବର୍ଷର ଝିଆରୀଙ୍କୁ ନେଇ କୃଷି ବିଭାଗ ଫାର୍ମକୁ ବୁଲିବାକୁ ଯାଇଥିଲେ । ଫେରିବା ବାଟରେ କୌଣସି ଏକ ଅଜଣା ଗାଡି ତାଙ୍କୁ ପଛ ପଟୁ ଧକ୍କା ଦେଇ ପଳାଇଥିଲା । ଗୁରୁତର 2 ଶିଶୁ ଓ ଜଣେ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଡାକ୍ତର 4 ବର୍ଷର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିବାବେଳେ ବ୍ୟକ୍ତି ଓ ଆଉ ଜଣେ ଶିଶୁ ଗୁରୁତର ରହିଛନ୍ତି । ମୃତ ଶିଶୁ ଗୁରୁତର ବ୍ୟକ୍ତିଙ୍କ ଝିଆରୀ ବୋଲି ସୂଚନା ମିଳିଛି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝିଆରୀ ମୃତ, ଦାଦା ଗୁରୁତର

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥର ଗୋହିରା ଓଭରବ୍ରିଜ୍ ନିକଟରେ ଏହି ଘଟିଛି । ତେବେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଦୁର୍ଘଟଣାରେ ବର୍ଷକର ଝିଅ ଏହି ଅଳ୍ପକେ ବର୍ତ୍ତି ଯାଇଛି । ଘଟଣା ସଂପର୍କରେ ପୋଲିସ ଖବର ପାଇ ଅଧିକ ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.