କେନ୍ଦୁଝର: ଭାରତ ବନ୍ଦ ସମୟରେ ଦେଶ ବିରୋଧୀ ନାରା ଦେବାରୁ ସହରବାସୀଙ୍କ ବିରୋଧ। ଭାରତରେ ରହି ବିରୋଧୀ ଆଚରଣ ପାଇଁ କେନ୍ଦୁଝରରେ ଚାପା ଉତ୍ତେଜନା ଦେଖାଯାଇଛି। ଆଜି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ସିଏଏକୁ ବିରୋଧ କରି କେନ୍ଦୁଝର ସହର ସ୍ଥିତ ଗାନ୍ଧୀ ଛକଠାରେ ରାସ୍ତା ଅବରୋଧ କରିଛନ୍ତି ।
ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢିବା ପରେ ସିଏଏକୁ ବିରୋଧ କରିବାକୁ ଯାଇ ଦେଶ ବିରୋଧୀ ନାରା ଓ ପାକିସ୍ଥାନ ଜିନ୍ଦାବାଦ ନାରା ଦେଇଥିଲେ। ଯାହାକୁ ନିକଟରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ବିରୋଧ କରିବାରୁ ଆନ୍ଦୋଳନକାରୀ ମାନେ ସହର ବାସୀଙ୍କୁ ଆକ୍ରମଣ କରିବା ସହ ବମ ପକାଇ ଉଡାଇ ଦେବାକୁ ଧମକ ଦେଇଥିଲେ। ଖବର ପାଇ ସହର ବାସୀ ଏକାଠି ହୋଇ ଭାରତ ବନ୍ଦ ଡାକରାକୁ ବିରୋଧ କରିବା ସହ ଭାରତ ମାତା କି ଜୟ ନାରା ଦେଇଥିଲେ। ଏହା ଫଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସହରବାସୀ ମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇ ଥିବା ଦୁଇ ଜଣକୁ ପୋଲିସକୁ ଜିମା ଦେଇଥିଲେ। ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନକାରୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି।ଉତ୍ତେଜନାକୁ ଦେଖି ପୋଲିସ ମଧ୍ୟ ୩୦ ରୁ ଉର୍ଦ୍ଧ୍ବ ଆନ୍ଦୋଳନକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ