ETV Bharat / state

ଘୋର ଅବ୍ୟବସ୍ଥା, ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ରାତିରୁ ଦେବାକୁ ପଡୁଛି ଲାଇନ - ବ୍ୟାଙ୍କ ଅଫ ଇଣ୍ଡିଆ

ନିଜ କଷ୍ଟ ଉପାର୍ଜିତ ଟଙ୍କା ଉଠାଇବା ପାଇଁ ପୂର୍ବଦିନ ରାତିରୁ ବ୍ୟାଙ୍କ ଏଟିଏମ ଓ ଆଖପାଖ ଦୋକାନ ବାରଣ୍ଡାରେ ଶୋଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ତେବେ କେନ୍ଦୁଝର ଜିଲ୍ଲା ତେଲକୋଇ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ଦୃଶ୍ୟ । ବ୍ୟାଙ୍କରେ ବ୍ୟାପକ ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି ।

ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପାଇଁ ପୂର୍ବ ଦିନ ରାତିରୁ ଦେବାକୁ ପଡୁଛି ଲାଇନ

author img

By

Published : Aug 25, 2020, 6:07 PM IST

କେନ୍ଦୁଝର: ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ହେଲେ ପୂର୍ବ ଦିନରୁ ଦେବାକୁ ପଡୁଛି ଲାଇନ । ଟଙ୍କା ଉଠାଇବା ହେଉ କି ଟଙ୍କା ଡିପୋଜିଟ, ସବୁ କାମ ପାଇଁ ଗ୍ରାହକଙ୍କୁ ଘଣ୍ଟାଏ କି ଦୁଇ ଘଣ୍ଚା ନୂହେଁ ଦିନ ତମାମ ଲାଇନରେ ଠିଆ ହେବାକୁ ପଡୁଛି । ଟିକେ ଶୀଘ୍ର କାମ ହେବା ପାଇଁ ଆଗଦିନ ରାତିରୁ ଧାଡି ବାନ୍ଧି ଠିଆ ହେଉଛନ୍ତି ଗ୍ରାହାକ । ନିଜ କଷ୍ଟ ଉପାର୍ଜିତ ଟଙ୍କା ଉଠାଇବା ପାଇଁ ପୂର୍ବଦିନ ରାତିରୁ ବ୍ୟାଙ୍କ ଏଟିଏମ ଓ ଆଖପାଖ ଦୋକାନ ବାରଣ୍ଡାରେ ଶୋଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ତେବେ କେନ୍ଦୁଝର ଜିଲ୍ଲା ତେଲକୋଇ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ଦୃଶ୍ୟ । ବ୍ୟାଙ୍କରେ ବ୍ୟାପକ ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି ।

ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପାଇଁ ପୂର୍ବ ଦିନ ରାତିରୁ ଦେବାକୁ ପଡୁଛି ଲାଇନ

ବ୍ୟାଙ୍କ ପାଖରେ ଥିବା ଏଟିଏମଟି ମଧ୍ୟ ଅଚଳ ହୋଇପଡିଛି । ଫଳରେ ଏଟିଏମ ବ୍ୟବହାରୀ ମଧ୍ଯ ସହଜରେ ଟଙ୍କା ଉଠାଇ ପାରୁ ନାହାନ୍ତି । ତେବେ ତେଲକୋଇ ବଜାରରେ ରହିଛି ଏହି ଏକମାତ୍ର ବ୍ୟାଙ୍କ । ଯାହାକୁ ଭରସା କରି ଦୂର ଦୂରାନ୍ତରୁ ଶହ ଶହ ଲୋକେ ଟଙ୍କା ଦେଣନେଣ ପାଇଁ ଆସିଥାନ୍ତି । ମାତ୍ର ବ୍ୟାଙ୍କରେ ଏଭଳି ଅବ୍ୟବସ୍ଥା ଲାଗି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ଏଥିପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ତେଲକୋଇ ପ୍ରଶାସନିକ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଜଣାପଡିଛି ।ବ୍ୟାଙ୍କରେ ଅଧିକ କ୍ୟାସ କାଉଣ୍ଟର ସହିତ ଡିପୋଜିଟ କାଉଣ୍ଟର ରହିବାର ଆବଶ୍ୟକତା ଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟି ନ ଦେବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅଧିକ କାଉଣ୍ଟର ଖୋଲି ଲୋକଙ୍କୁ ତୁରନ୍ତ ସେବା ଯୋଗାଇବାକୁ ଦାବି ହେଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.