କେନ୍ଦୁଝର: ଅସହ୍ୟ ଗରମ ପରେ ଆଜି ଭିଜିଛି କେନ୍ଦୁଝର ଜିଲ୍ଲା । ଦୀର୍ଘ ଦିନ ହେଲାଣି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୁଧବାର ସନ୍ଧ୍ୟାରେ କାଳବୈଶାଖି ପ୍ରଭାବରେ ବର୍ଷା ହୋଇଛି ।
କାଳବୈଶାଖି ପ୍ରଭାବରେ ଜିଲ୍ଲାର ଅନେକ ସ୍ଥାନରେ ପବନ ସହ କୁଆପଥର ବର୍ଷା ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଛି । ଅସହ୍ୟ ଖରା ପରେ ଟିକେ ଆଶ୍ବସ୍ତ ଲାଭ କରିଛନ୍ତି ଜିଲ୍ଲାବାସୀ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ