ETV Bharat / state

ପୃଥକ ପୃଥକ ବାଇକ ଦୁର୍ଘଟଣାରେ ୩ ମୃତ

ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଓ ଘଷିପୁରା ଥାନାର ପୃଥକ ପୃଥକ ତିନୋଟି ସ୍ଥାନରେ ବାଇକ୍ ଦୁର୍ଘଟଣା । ୩ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

author img

By

Published : Nov 7, 2021, 8:41 PM IST

ପୃଥକ ପୃଥକ ବାଇକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ଆନନ୍ଦପୁର: ଆନନ୍ଦପୁର ଓ ଘଷିପୁରା ଥାନାର ପୃଥକ ପୃଥକ ତିନୋଟି ସ୍ଥାନରେ ବାଇକ୍ ଦୁର୍ଘଟଣା । ସମସ୍ତ ଦୁର୍ଘଟଣା ଗତକାଲି(ଶନିବାର) ବିଳମ୍ବିତ ରାତିରେ ଘଟିଥିବାବେଳେ ୩ ଜଣଙ୍କ ଜୀବନ ଯାଇଛି । ଘଷିପୁରା ଥାନା ଧକୋଠା ଠାରେ ବାଇକ୍ ଦୁର୍ଘଟଣା ଘଟି ଶୈଲଙ୍ଗ ଗ୍ରାମର ସଂଗ୍ରାମ ମୁଦୁଲିଙ୍କ ମୃତ୍ୟୁ ଘଟିଛି ।

ସେହିପରି ଆନନ୍ଦପୁର ଥାନା ଶିଳ୍ପାବେଢା ଛକ ଠାରେ ବାଇକ୍ ଦୁର୍ଘଟଣାରେ ଦେଉଝରଣ ଗ୍ରାମର ଦାମଦର ଲିଆଙ୍କିଙ୍କ ମୃତ୍ଯୁ ଘଟିଥିବାବେଳେ ସାଙ୍ଗରେ ଥିବା ତାଙ୍କ ବନ୍ଧୁ ଆହତ ହୋଇଛନ୍ତି । ସେପଟେ ପୁରୁଣାପିଣି ଛକ ନିକଟରେ ଜଞ୍ଜାଳୀ ଗ୍ରାମର ବିଜୁ ବରଦାଙ୍କ ବାଇକ୍ ଭାରସାମ୍ଯ ହରାଇ ଏକ ଗଛରେ ଧକ୍କା ଦେବାରୁ ତାଙ୍କର ମୃତ୍ଯୁ ଘଟିଛି । ମୃତଦେହ ଗୁଡିକ ଉଭୟ ଥାନା ପୋଲିସ୍ ଜବତ କରି ତଦନ୍ତ ଚଳାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.