ETV Bharat / state

ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଚୋରି, ଟ୍ରକ ଜବତ - Theft of iron ore

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ରାକମ ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଲୁହାପଥର ଚୋରି ବେଳେ ବନ ବିଭାଗର ଚଢାଉ । ଅଧିକ ପଢନ୍ତୁ...

ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଚୋରି, ଟ୍ରକ ଜବତ
ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଚୋରି, ଟ୍ରକ ଜବତ
author img

By

Published : Jun 11, 2021, 9:04 AM IST

କେନ୍ଦୁଝର: ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ରାକମ ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଲୁହାପଥର ଚୋରି ବେଳେ ବନ ବିଭାଗ ଚଢାଉ କରି ଏକ ଦଶ ଚକିଆ ଟ୍ରକ ଜବତ କରିଛି । ଲୁହାପଥରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଚୋରି, ଟ୍ରକ ଜବତ

ତେବେ ବନବିଭାଗ ଆସିଥିବା ଜାଣିପାରି ଘଟଣା ସ୍ଥଳରୁ ମାଫିଆ ମାନେ ଚମ୍ପଟ ମାରିଥିବା ଜଣାପଡିଛି । ରାକମ ଲୁହାକଳା ଆଦି ଅଞ୍ଚଳରୁ ନିୟମିତ ଲୁହାପଥର ଚୋରି ହେଉଥିଲେ ମଧ୍ୟ ବନବିଭାଗ ମାଫିଆକୁ ଧରିବାରେ ଅସଫଳ ହେଉଥିଲା ।

ତେବେ କୌଣସି ସୂତ୍ରରୁ ବନବିଭାଗ ଚୋରି ହେଉଥିବା ଖବର ପାଇ ଚଢାଉ କରିଥିଲା । ତେବେ ମାଫିଆଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ବନବିଭାଗ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.