ETV Bharat / state

ସଙ୍ଗରୋଧ କେନ୍ଦ୍ର ପାଚେରୀ ଡେଇଁ ଫେରାରବେଳେ ଧରାପଡିଲେ ଯୁବକ - ସଙ୍ଗରୋଧ କେନ୍ଦ୍ର ପାଚେରୀ ଡେଇଁ ଫେରାର ବେଳେ ଦୁଇ ପ୍ରବାସୀଙ୍କୁ ଧରିଲେ ଯୁବକ

ସଙ୍ଗରୋଧ କେନ୍ଦ୍ରରେ କୋଭିଡ ନିୟମକୁ ଫୁ । ଦୁଇ ପ୍ରବାସୀ ସଙ୍ଗରୋଧ କେନ୍ଦ୍ର ପାଚେରୀ ଡେଇଁ ଫେରାରବେଳେ ଧରିଲେ ସ୍ଥାନୀୟ ଯୁବକ । ଅଧିକ ପଢନ୍ତୁ....

The young man caught the two migrants as they jumped back from qurentine center
ସଙ୍ଗରୋଧ କେନ୍ଦ୍ର ପାଚେରୀ ଡେଇଁ ଫେରାର ବେଳେ ଦୁଇ ପ୍ରବାସୀଙ୍କୁ ଧରିଲେ ଯୁବକ
author img

By

Published : Jul 25, 2020, 12:01 PM IST

କେନ୍ଦୁଝର : ସଙ୍ଗରୋଧ କେନ୍ଦ୍ରରେ କୋଭିଡ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ପ୍ରବାସୀ ଓଡ଼ିଆ । ସଙ୍ଗରୋଧ କେନ୍ଦ୍ରର ପାଚେରୀ ଡେଇଁ ଫେରାର ହେଉଥିବାବେଳେ ସ୍ଥାନୀୟ ଯୁବକ ଧରି ପୋଲିସ ଜିମା ଦେଇଥିଲେ । । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖୁଣ୍ଟାପଡା ସଙ୍ଗରୋଧ କେନ୍ଦ୍ରରୁ ଦୁଇ ଜଣ ପ୍ରବାସୀ ଶୁକ୍ରବାର ବିଳମ୍ବିତ ରାତିରେ ପାଚେରୀ ଡେଇଁ ବାହାରକୁ ପଳାଇଯାଉଥିବାବେଳେ ସଙ୍ଗରୋଧ କେନ୍ଦ୍ର ପାଖରେ ଥିବା ସାହିର କିଛି ଯୁବକ ଦେଖିଥିଲେ । ଏବଂ ଦୁଇଜଣ ପ୍ରବାସୀଙ୍କୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇଥିଲା ।

ସଙ୍ଗରୋଧ କେନ୍ଦ୍ର ପାଚେରୀ ଡେଇଁ ଫେରାର ବେଳେ ଦୁଇ ପ୍ରବାସୀଙ୍କୁ ଧରିଲେ ଯୁବକ

ସୂଚନା ମୁତାବକ ଗତ ଚାରିଦିନ ତଳେ ସଂପୃକ୍ତ ସଙ୍ଗରୋଧ କେନ୍ଦ୍ରରୁ ତିନି ଜଣ ପ୍ରବାସୀ ପଜେଟିଭ ଚିହ୍ନଟ ହୋଇ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ସ୍ଥିତିରେ ସେହି ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଫେରାର ଘଟଣା ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି । ସଙ୍ଗରୋଧ କେନ୍ଦ୍ରରେ ସିକ୍ୟୁରିଟ ବ୍ୟବସ୍ଥା ନଥିବାରୁ ମନଇଛା ପ୍ରବାସୀ ଓଡ଼ିଆଙ୍କୁ ଫେରାର ହେବାପାଇଁ ସୁଯୋଗ ମିଳୁଥିବା ଅଭିଯୋଗ ହେଉଛି ।ଏନେଇ ତେଲକୋଇ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.