ETV Bharat / state

ବାପାମା’ ଛେଉଣ୍ଡ ଅସହାୟ ଶିଶୁଙ୍କୁ ସାହା ହେଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

author img

By

Published : Aug 25, 2020, 4:02 PM IST

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ନୂଆମାଳିଆ ଗ୍ରାମରେ ଥିବା 4 ଅସହାୟ ପିଲାଙ୍କ ମା' ଏକା କରି ଚାଲିଯିବା ପରେ ବାପା ବୈଷ୍ଣବ ମୁଣ୍ଡା ଥିଲେ ଛୁଆମାନଙ୍କ ସାହା ଭରଷା, କିନ୍ତୁ ଦଇବ ସହିଲା ନାହିଁ । ଯେଉଁଠି ସରକାରୀ ସହାୟତା ପହଞ୍ଚି ପାରିଲାନି, ସେଠାରେ ସହାୟତାର ହାତ ବଢ଼ାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ।

helpless children in keonjhar
ଅସହାୟ ପିଲାମାନଙ୍କୁ ସାହା ହେଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

କେନ୍ଦୁଝର: ବାପା ମା ଛେଉଣ୍ଡ ଅସହାୟ ପିଲାମାନଙ୍କୁ ସାହା ହେଲା ସ୍ବେଚ୍ଛାସେବୀ ଅନୁଷ୍ଠାନ । ଯେଉଁଠି ସରକାରୀ ସହାୟତା ପହଞ୍ଚି ପାରିଲାନି, ସେଠାରେ ସହାୟତାର ହାତ ବଢ଼ାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ । ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହେବା ପରେ ସାହାଯ୍ୟର ହାତ ବଢ଼ାଇଛି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟଦୁର୍ଗା ଫାଉଣ୍ଡେସନ ।

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ନୂଆମାଳିଆ ଗ୍ରାମରେ ଥିବା 4 ଅସହାୟ ପିଲାଙ୍କ ମା' ଏକା କରି ଚାଲିଯିବା ପରେ ବାପା ବୈଷ୍ଣବ ମୁଣ୍ଡା ଥିଲେ ଛୁଆମାନଙ୍କ ସାହା ଭରଷା, କିନ୍ତୁ ଦଇବ ସହିଲା ନାହିଁ । ରୋଗରେ ପଡ଼ି ଚିକିତ୍ସା ଅଭାବରୁ ବୈଷ୍ଣବ ମଧ୍ୟ ଚାଲିଗଲେ ଆରପରିକୁ । ଅନାଥ ହୋଇଗଲେ ୪ ପିଲା । ବୈଷ୍ଣବ ବଞ୍ଚିଥିବା ବେଳେ ସହାୟତା ପାଇଁ ଅନେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।

ଖବର ପ୍ରସାରଣ ପରେ ସରକାରୀ ସହାୟତାକୁ ଅନାଇ ଅନାଇ ଆଖି ବୁଜିଲେ ବୈଷ୍ଣବ, କିନ୍ତୁ ସହାୟତାର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ । ପିଲାମାନଙ୍କ ପାଖରେ ପହଞ୍ଚି ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଟଙ୍କା ସହ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛି । ଏହାସହ ପିଲାମାନଙ୍କର ଭବିଷ୍ୟତ ପାଇଁ ପାଖାପାଖି ୪୦ ହଜାର ଟଙ୍କା ଦେବା ସହ ଏକ ଦୋକାନଟିଏ କରି ସବୁ ଜିନିଷ ଯୋଗାଇ ଦେଇଛନ୍ତି ।

ଯାହାକୁ ନେଇ ଜୟଦୁର୍ଗା ଫାଉଣ୍ଡେସନକୁ ସାରା ଅଞ୍ଚଳରେ ପ୍ରଶଂସା କରାଯାଉଛି । ଏହି କୋରୋନା ମାହାମାରୀ ଭଳି ବିପତ୍ତି ସମୟରେ ବାପାମା'ଙ୍କୁ ହରାଇ ଅସହାୟ ହୋଇପଡିଥିବା ଏହି ୪ ପିଲାମାନଙ୍କ ପାଖରେ ପହଞ୍ଚି ସହାୟତା କରିଥିବାରୁ ସାହାଯ୍ୟକାରୀ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଗ୍ରାମବାସୀମାନେ ।ଏହାସହ ପ୍ରଶାସନ ମଧ୍ୟ ତୁରନ୍ତ ଏହି ପାଲାଙ୍କ ଥଇଥାନ ନେଇ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.