କେନ୍ଦୁଝର: କୋରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଛି । ଏହି ମହାମାରୀ ସମୟରେ ସରକାର ସମସ୍ତ ଜନ ସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରି ଆସୁଛନ୍ତି । ହେଲେ ଏହି ସମୟରେ ଦାଉ ସାଧିଛି ବିଦ୍ୟୁତ ବିଭ୍ରାଟ । ଗରମ ତାତିକୁ ବିଦ୍ୟୁତ ବିଭ୍ରାଟ କେନ୍ଦୁଝର ଜିଲ୍ଲାର ଡ଼ିମ୍ବୋ ହୁଡ଼ି ସାହିଙ୍କୁ ଅତିଷ୍ଠ କରି ସାରିଲାଣି ।
ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିଲେ ମଧ୍ୟ ବାରମ୍ବାର ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲ୍ଟେଜ ସମସ୍ୟା ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗୁରୁବାର ଶତାଧିକ ଦସ୍ତଖତ ସହ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଡ଼ିମ୍ବୋ ହୁଡ଼ି ସାହି ଗ୍ରାମବାସୀ ।
ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ