ETV Bharat / state

ନୂଆ ବିଦେଶୀ ମଦ ଦୋକାନକୁ ମହିଳାଙ୍କ ବିରୋଧ ପରେ ଦୋକାନ ବନ୍ଦ - କେନ୍ଦୁଝର ଖବର

ଲକଡାଉନ ପରେ ସରକାର ବିଭିନ୍ନ ସ୍ଥାନରେ ନୂତନ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦେଉଛନ୍ତି । ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଧିନସ୍ଥ ଦେଓଝର ପଞ୍ଚାୟତର କିତାବେଡ଼ା ଗାଁରେ ଏକ ନୂତନ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଅଧିକ ପଢନ୍ତୁ...

The shop is closed after women protested against the new foreign liquor store
ନୂଆ ବିଦେଶୀ ମଦ ଦୋକାନକୁ ମହିଳାଙ୍କ ବିରୋଧ ପରେ ଦୋକାନ ବନ୍ଦ
author img

By

Published : Jun 5, 2020, 9:34 PM IST

କେନ୍ଦୁଝର: ଲକଡାଉନ ପରେ ସରକାର ବିଭିନ୍ନ ସ୍ଥାନରେ ନୂତନ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦେଉଛନ୍ତି । ହେଲେ ଅନେକ ସ୍ଥାନରେ ମହିଳାମାନେ ଏହାକୁ ବିରୋଧ କରୁଥିବା ଦେଖାଯାଉଛି । ଶୁକ୍ରବାର ଅପରାହ୍ନରେ ଏହିପରି ଏକ ଚିତ୍ର ସାମ୍ନାକୁ ଆସିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଧିନସ୍ଥ ଦେଓଝର ପଞ୍ଚାୟତର କିତାବେଡ଼ା ଗାଁରେ ଏକ ନୂତନ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ନୂଆ ବିଦେଶୀ ମଦ ଦୋକାନକୁ ମହିଳାଙ୍କ ବିରୋଧ ପରେ ଦୋକାନ ବନ୍ଦ

ନୂତନ ମଦ ଦୋକାନ ଖୋଲିବା ମାତ୍ରେ ୭ଟି ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ସଂଘବଦ୍ଧ ଭାବରେ ଆସି ମଦ ଦୋକାନ ଖୋଲିବା ନେଇ ତୀବ୍ର ବିରୋଧ କରିଥିଲେ । ସିଆଳିଯୋଡ଼ା ଗାଁରେ ଏହି ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ଥିବାବେଳେ ଦୋକାନୀ ଏହାକୁ ବେଆଇନ ଭାବେ କିତାବେଡ଼ା ଗାଁରେ ଖୋଲିଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ମହିଳାଙ୍କ ବିରୋଧକୁ ଦେଖି ମଦ ଦୋକାନୀ ଦୋକାନ ବନ୍ଦ କରିବା ସହ ଦୋକାନରେ ଥିବା ସବୁ ମଦକୁ ବାହାର କରି ନେଇ ଯାଇଥିବା ଦେଖିବାକୁ ମିଳିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.