କେନ୍ଦୁଝର: ସାରା ଦେଶ ପାଳିଲା ୭୪ ତମ ସ୍ୱାଧୀନତା ଦିବସ । କୋଭିଡ୍ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ପତାକା ଉତ୍ତୋଳନ ପାଇଁ ସରକାରଙ୍କ ସ୍ୱତନ୍ତ୍ର ନିୟମ ରହିଛି । କିନ୍ତୁ ଜାତୀୟ ପତାକା ଅବମାନନାକୁ ନେଇ ଆଜି କେନ୍ଦୁଝର ଜିଲ୍ଲାରେ ଆସିଛି ସାଙ୍ଘାତିକ ଚିତ୍ର । ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ କମଳପୁର ଅଙ୍ଗନବାଡିରେ ପତାକାକୁ ଆଶା ଦିଦି ଉଠେଇକି ନେଇଯାଇଥିବା ଦେଖା ଯାଇଥିଲା ।
ସେହିପରି ସଦର ବ୍ଲକ ଅନ୍ତର୍ଗତ କାଉଁରୀକଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାତୀୟ ପତାକା ଉଡୁଥିବା ଦେଖା ଯାଇଥିଲା ।
ନିୟମ ଅନୁସାରେ ଜାତୀୟ ପତାକା ସକାଳୁ ଉତ୍ତୋଳନ ପରେ ସନ୍ଧ୍ୟା ୬ ଟାରେ ଓହ୍ଲାଯାଇଥାଏ । କିନ୍ତୁ ପଞ୍ଚାୟତ ପରିସରରେ ପତାକା ନଓହ୍ଲାଇବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ପଞ୍ଚାୟତର କୌଣସି ଅଧିକାରୀଙ୍କ ପତିକ୍ରିୟା ମିଳିପାରିନାହିଁ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ