କେନ୍ଦୁଝର: ମହାମାରୀ କରୋନା ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଆଜି କେନ୍ଦୁଝର ସହରର ବିଭିନ୍ନ ଜନଗହଳି ସ୍ଥାନର ରାସ୍ତା ଉପରେ ଚିତ୍ରକଳା କରାଯାଇଛି ।ଏହି ଚିତ୍ରକଳା ମାଧ୍ୟମରେ ଲୋକଙ୍କୁ କୋରୋନା ସମ୍ପର୍କୀତ ସଚେତନ କରିବାକୁ ଉଦ୍ଦେଶ୍ୟ ରଖାଯାଇଛି ।
![ରାସ୍ତାରେ ଚିତ୍ର ଆଙ୍କି କୋରୋନା ସଚେତନତାର ବାର୍ତ୍ତା ବାଣ୍ଟିଲା ପୌରପାଳିକା](https://etvbharatimages.akamaized.net/etvbharat/prod-images/6880258_od_kjr_art_rtg-2.bmp)
![ରାସ୍ତାରେ ଚିତ୍ର ଆଙ୍କି କୋରୋନା ସଚେତନତାର ବାର୍ତ୍ତା ବାଣ୍ଟିଲା ପୌରପାଳିକା](https://etvbharatimages.akamaized.net/etvbharat/prod-images/6880258_od_kjr_art_rtg-1.bmp)
ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିବାକୁ ଯାଇ ହୋଡ଼ିଂ, ସଚେତନ ରଥ ଯାତ୍ରା କରେଇ ଜନସାଧାରଣ ଙ୍କୁ ଘରେ ରହିବା ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ସରକାର ନିବେଦନ କରିଛନ୍ତି। କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ଅଙ୍କା ଯାଉଥିବା ଏହି ଚିତ୍ରକଳାରେ ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟୀ ରଖିବାକୁ ବାର୍ତ୍ତା ଦିଆଯାଇଛି । ସହରରେ ଏହି ସଚେତନତା ଚିତ୍ରକଳା ଦେଖି ସହରବାସୀ ମଧ୍ୟ ଖୁସି ହୋଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ