ଆନନ୍ଦପୁର: ସାରା ବିଶ୍ବରେ କୋରୋନା ଭାଇରସ ଆତଙ୍କ ଖେଳାଇବା ଯୋଗୁଁ ଦେଶବ୍ୟାପୀ ଲକଡାଉନ ଘୋଷଣା ହୋଇଛି । ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ବ ଦେଉଛନ୍ତି ସରକାର । ତେବେ ଏହି ଲକଡାଉନ ଫଳରେ ବିଭିନ୍ନ ଉତ୍ସବ, ବାହାଘର ବାତିଲ ହବା ଫଳରେ ବହୁ ଫୋଟୋଗ୍ରାଫର, ଟେଣ୍ଟହାଉସ ମାଲିକମାନେ ବହୁ ଅସୁବିଧାର ସମ୍ମୁଖିନ ହୋଉଥିବା ଦେଖିବାକୁ ମିଲିଛି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ଏପରି ସମସ୍ୟା ଦେଖିବାକୁ ମିଳିଛି ।


ସରକାର ସମସ୍ତ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ହେଲେ ଯେଉଁମାନେ ଏପରି ଫୋଟଗ୍ରାଫର କିମ୍ବା ଟେଣ୍ଟହାଉସ ଭଡାରେ ଦେଇ ରୋଜଗାର କରୁଥିଲେ ସେମାନେ ଏହି ଲକଡାଉନ ସମୟରେ କେତେ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ସେମାନଙ୍କୁ ସରକାର ଅଣଦେଖା କରିଛନ୍ତି । ଏପରି କ୍ଷେତ୍ରରେ ସେମାନଙ୍କୁ ସରକାରଙ୍କ ପଷରୁ ସାହାଯ୍ୟ କଲେ ସେମାନେ ଉପକୃତ ହେବେ ବୋଲି କହିଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ