କେନ୍ଦୁଝର: ହତ୍ୟା ଅଭିଯୋଗରେ କାରାଗାରରେ ବନ୍ଦୀ ଜୀବନ କାଟୁଥିବା ବିଚରାଧିନ କଏଦୀଙ୍କ ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରେ । ସୂଚନାନୁଯାୟୀ ୨୦୧୮ ମସିହାରେ ତେଲକୋଇରେ ଏକ ମଡ଼ର୍ର କେସରେ ସପରିବାରଙ୍କ ସହ ଆଜୀବନ ସଜା ଭୋଗୁଥିଲେ ।
ଆଜି (ବୁଧବାର) କାରାଗାର ପରିସରରେ ଖାଦ୍ୟ ଆଣିବାକୁ ଯାଇ ତଲେ ପଡି ଆହତ ହୋଇଥିଲେ କଏଦୀ ଜଣକ । ତାଙ୍କୁ ଜେଲ୍ ପରିସରରୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ସମୟରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତ କଏଦୀ ଜଣକ ହେଉଛନ୍ତି କୀର୍ତ୍ତନ କିଷାନ । ତେବେ ବୟସାଧିକ ଯୋଗୁଁ ଗୁରୁତର ଆହତ ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଜେଲର ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ