ETV Bharat / state

ରଶ୍ମିତା ନିଖୋଜକୁ ବର୍ଷେ, ମିଳୁନି ଝିଅ ଚିନ୍ତାରେ ପରିବାର

author img

By

Published : Oct 10, 2020, 10:48 AM IST

ନିଖୋଜ ହେବାର ବର୍ଷେ ପୁରିବାକୁ ବସିଲାଣି, କିନ୍ତୁ ଏଯାଏ ନିଖୋଜ ଝିଅର କିଛି ଖବର ପାଇଲେନି ପରିବାର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ ଅନ୍ତର୍ଗତ ନରଦା ଗ୍ରାମରେ । ଅଧିକ ପଢନ୍ତୁ...

The girl has been missing for years, request to Inquiry
ବର୍ଷେ ପୁରିବାକୁ ବସିଲାଣି, ଝିଅକୁ ଏଯାଏ ପାଇଲେନି ପରିବାର; ତଦନ୍ତ କରିବାକୁ ଅନୁରୋଧ

ଆନନ୍ଦପୁର: ପଡିଶା ଘର ସାଙ୍ଗ ପାଖକୁ ଯିବ ବୋଲି କହି ଯାଇଛି ଯେ ଯାଇଛି । ନିଖୋଜ ହେବାର ବର୍ଷେ ପୁରିବାକୁ ବସିଲାଣି, ଥାନା ଠାରୁ ଏସପିଙ୍କ ଅଫିସ ଯାଏ ଦଉଡି ଦଉଡି ନୟାନ୍ତ ହେଲେଣି । କିନ୍ତୁ ଏଯାଏ ନିଖୋଜ ଝିଅର କିଛି ଖବର ପାଇନାହାନ୍ତି ବୋଲି କହିଛନ୍ତି ପରିବାର ଲୋକେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ ଅନ୍ତର୍ଗତ ନରଦା ଗ୍ରାମରେ ।

ସୂଚନାମୁତାବକ, ଚିନ୍ତାମଣୀ ପଲେଇ ,କଲ୍ୟାଣୀ ପଲେଇଙ୍କ ଦୁଇଝିଅ ଏବଂ ଗୋଟିଏ ପୁଅ । ବାପାର ବଡ ଝିଅ ରଶ୍ମୀତା ପଲେଇ (୨୧) ସ୍ଥାନୀୟ ଡିଏନ ବିଦ୍ୟାପିଠରୁ ଭଲ ନମ୍ବର ରଖି ମାଟ୍ରିକ ପାଶ କରିଥିଲେ, ହେଲେ ବାପାଙ୍କ ଆର୍ଥିକ ସମ୍ବଳ ଭଲ ନଥିବାରୁ ପାଠ ପଢାରେ ଡୋରିବାନ୍ଧି ମାଆଙ୍କୁ ରୋଷେଇ ବାସରେ ସାହାଯ୍ୟ କଲେ । ନିଜର ଆର୍ଥିକ ସମ୍ବଳ ଏତେ ଭଲ ନଥିଲେ ମଧ୍ୟ ଝିଅର ବିଭାଘର ପାଇଁ ଚିନ୍ତାମଣୀ ଏବଂ କଲ୍ୟାଣୀ ଚିନ୍ତିତ ଥିଲେ । ହେଲେ ଗତ ୨୦୧୯ ମସିହା ଜୁନ ମାସ ୩୦ ତାରିଖ ସକାଳୁ ଝିଅ ପଡିଶା ଘର ସାଙ୍ଗ ପାଖକୁ ଯାଉଛି କହି ଯାଇଛି ଯେ ଯାଇଛି ଆଜି ଏପର୍ଯ୍ୟନ୍ତ ତାର କୌଣସି ଖୋଜ ଖବର କି ପତ୍ତା ମିଳୁନାହିଁ । ପରିବାର ଲୋକ ବହୁ ଖୋଜା ଖୋଜି ପରେ ନିରାଶ ହୋଇ ସ୍ଥାନୀୟ ରାମଚନ୍ଦ୍ରପୁର ପୋଲିସର ଆଶ୍ରୟ ନେଲେ ।

ଏହି ଘଟଣାରେ ସଂପୃକ୍ତି ନେଇ ଗ୍ରାମର ଦୁଇ ଯୁବକଙ୍କୁ ଥାନାକୁ ଡାକି ପଚାରା ଉଚରା କରିଥିଲେ ମଧ୍ୟ ସେମିତି କିଛି ଠୋସ ପ୍ରମାଣ ନପାଇ ଉକ୍ତ ଯୁବକଙ୍କୁ ଛାଡି ଦେଇଥିଲା ପୋଲିସ । ଘଟଣାକୁ ବର୍ଷେ ବିତିଯାଇଥିଲେ ହେଁ ଅପରାଧିଙ୍କୁ ଧରିବାରେ ପୋଲିସର ବିଫଳତା ଯୋଗୁଁ ବାପା ମାଆ ଦୁଇଜଣ ଜିଲ୍ଲା ପୋଲିସ ଏସପିଙ୍କୁ ଭେଟି ଝିଅ ନିଖୋଜ ଖବର ବିଷୟରେ ଜଣାଇଛନ୍ତି । ହେଲେ ଝିଅ ରଶ୍ମୀତା ଏବେ ଜିବିତ ନା ମୃତ ସେଇ ଚିନ୍ତାରେ ରୋଗଗ୍ରସ୍ତ ହୋଇ ପଡିଲେଣି ମାଆ କଲ୍ୟାଣୀ। ଗ୍ରାମବାସୀଙ୍କ କହିବାନୁସାରେ ରଶ୍ମୀତା ଭଲ ଝିଅ ଥିଲା । ତେଣୁ ଏହି ଘଟଣାରେ ପୋଲିସ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.