ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଦନପୁର ଗ୍ରାମରେ ପାରିବାରିକ କଳହରୁ ପୁଅର ଭୁଜାଲି ମାଡରେ ବାପାର ମୃତ୍ଯୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ମଦନପୁର ଗ୍ରାମର ପ୍ରମୋଦ କୁମାର ଓଝା (୫୫)ଙ୍କ ବଡପୁଅ ରଞ୍ଜନକୁମାର ଓଝା (୨୬) ସୀମା ସୁରକ୍ଷା ବଳରେ ଅରୁଣାଚଳ ପ୍ରଦେଶରେ ସିପାହୀ ଭାବେ କାର୍ଯ୍ଯରତ ଥିଲେ । କିନ୍ତୁ ଘରେ ପତ୍ନୀ ଏକାକି ରହୁଥିଲେ, କିଛି ଦିନ ହେଲା ପାରିବାରିକ କଳହ ଲାଗିରହିଥିବାରୁ ସେ ସପ୍ତାହ ହେଲା ଛୁଟି ନେଇ ଘରକୁ ଆସିଥିଲେ ।
ରବିବାର ପାରିବାରିକ କଳହରୁ ବାପା ପ୍ରମୋଦକୁ ଭୁଜାଲିରେ ଆଘାତ କରିଥିଲେ । ଭୁଜାଲି ମାଡରେ ବାପା ପ୍ରମୋଦ ଲହୁଲୁହାଣ ହୋଇ ତଳେ ପଡିଯାଇଥିଲେ । ଏହି ଗଣ୍ତଗୋଳରେ ସାନ ପୁଅ ବାସୁଦେବ ଓଝା (୨୦) ସମେତ ରଞ୍ଜନ ନିଜେ ମଧ୍ଯ ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ପ୍ରଥମେ ସାଇଁକୁଳ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସାଇଁକୁଳ ଡାକ୍ତରଖାନାରେ ବାପା ପ୍ରମୋଦ ଓଝାଙ୍କୁ ଡାକ୍ତର ମୃତ ଘୋଷଣା କରି ମୃତଦେହ ବ୍ଯବଛେଦ କରିବାକୁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛନ୍ତି ।
ଖବର ପାଇଁ ରାମଚନ୍ଦ୍ରପୁର ଭାରାପ୍ରାପ୍ତ ଥାନାଧିକାରି ରାଜେନ୍ଦ୍ର ସ୍ବାଇଁ ଏବଂ ସାଇଁକୁଳ ଫାଣ୍ତି ଅଧିକାରି ଅଶୋକ ପହି ସାଇଁକୁଳ ଡାକ୍ତରଖାନାରେ ପହଞ୍ଚି ଗଣ୍ତଗୋଳର ତଦନ୍ତ ଜାରି ରଖିଛନ୍ତି । ଖବର ପାଇ ଯୁବନେତା ଦେବାଶିଷ ପାତ୍ର, ପରେଶନାଥ କୁଅଁର ମେଡିକାଲ ପହଞ୍ଚି ସମବେଦନା ଜଣାଇଥିଲେ ।
ଆନନ୍ଦପୁରରୁ ସ୍ମୃତରଞ୍ଜନ ବିହାରୀସ, ଇଟିଭି ଭାରତ