ETV Bharat / state

ବଢୁଛି ବୟସ କମୁନି ନିଷ୍ଠା; ଅଖ୍ୟାତ ପଲ୍ଲୀର ବିଖ୍ୟାତ କାଠ କାରିଗର ରଘୁନାଥ - keonjhar, kesadurapal village

ଅଖ୍ୟାତ ପଲ୍ଲୀର ବିଖ୍ୟାତ କାରିଗର ରଘୁନାଥ । ପରିଣତ ବୟସରେ ବି ନିଜକୁ ବ୍ୟସ୍ତ ରଖିଛନ୍ତି କାଠ ଖୋଦେଇ କାମରେ । କାଠ କାରିଗରୀକୁ ଜୀବନ୍ତ କରି ଗଢି ତୋଳୁଥିବା ବ୍ୟକ୍ତିତ୍ବ ହେଉଛନ୍ତି କେନ୍ଦୁଝର ଘସିପୁରା ବ୍ଲକ କେଶଦୁରାପାଳ ଗାଁର ରଘୁନାଥ ସୂତାର । ଅଧିକ ପଢନ୍ତୁ...

କମିଛି ବୟସ ବଢୁଛି ନିଷ୍ଠା; ଅଖ୍ୟାତ ପଲ୍ଲୀର ବିଖ୍ୟାତ କାଠ କାରିଗର ରଘୁନାଥ

author img

By

Published : Mar 18, 2021, 5:38 PM IST

ଆନନ୍ଦପୁର: ବୟସ ୮୬ ଟପିଲାଣି । ପରିଣତ ବୟସରେ ବି ତାଙ୍କ ହାତ ଥକି ଯାଇନି । ଆଜିବି ସେ ନିଜକୁ ବ୍ୟସ୍ତ ରଖିଛନ୍ତି କାଠ ଖୋଦେଇ କାମରେ । କାଠ କାରିଗରୀକୁ ଜୀବନ୍ତ କରି ଗଢି ତୋଳୁଥିବା ବ୍ୟକ୍ତିତ୍ବ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗାଁର ରଘୁନାଥ ସୂତାର । କାଠ କାରିଗରୀରେ ସେ ହାସଲ କରି ପାରିଛନ୍ତି ଅସାଧାରଣ ଦକ୍ଷତା । ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଠାରୁ ଆରମ୍ଭ କରି ଜୀବଜନ୍ତୁ, ସେ କାଠରେ ତିଆରି କରୁଛନ୍ତି । କେବଳ ସେତିକି ନୁହେଁ, ସଙ୍ଗୀତପ୍ରେମୀ ରଘୁନାଥ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ତିଆରିରେ ମଧ୍ୟ ସିଦ୍ଧହସ୍ତ ।

କମିଛି ବୟସ ବଢୁଛି ନିଷ୍ଠା; ଅଖ୍ୟାତ ପଲ୍ଲୀର ବିଖ୍ୟାତ କାଠ କାରିଗର ରଘୁନାଥ

ଅଖ୍ୟାତ ପଲ୍ଲୀର ବିଖ୍ୟାତ କାରିଗର ରଘୁନାଥ । ବାପା ଜଗବନ୍ଧୁଙ୍କ ଠାରୁ ସେ ଶିଖିଥିଲେ ଏହି କାଠ କାମ । ହେଲେ, ସେ କାଠରେ କିଛି ନୂଆ ତିଆରି କରିବା ପାଇଁ ସବୁବେଳେ ଥିଲେ ଆଗ୍ରହୀ । ବହୁବର୍ଷ ପୂର୍ବେ ସେ କାଠରେ ଏକ ସାଇକେଲ ତିଆରି କରିଥିଲେ । ଏକଦା ଏକ ଅମୁହାଁ ଟଙ୍କା ବାକ୍ସ ତିଆରି କରି ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଏଥିପାଇଁ ସେ ତତ୍କାଳୀନ କୃଷିମନ୍ତ୍ରୀ ରାଜବଲ୍ଲଭ ମିଶ୍ରଙ୍କ ଠାରୁ ପୁରଷ୍କୃତ ହୋଇଥିଲେ ।

ନିର୍ଜୀବ କାଠକୁ ଜୀବନ୍ତ ରୂପ ଦେଉଥିବା ରଘୁନାଥ ଏବେବି ଜାରି ରଖିଛନ୍ତି ସାଧନା । କିନ୍ତୁ ବଣମଲ୍ଲୀ ପରି ତାଙ୍କ ପ୍ରତିଭା କେବଳ ଗାଁରେ ହିଁ ସୀମିତ ହୋଇ ରହିଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.