ETV Bharat / state

6 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପଡି ରହିଲା ମୃତଦେହ: କୋରୋନା ଭୟରେ ଛୁଇଁଲେନି ଗ୍ରାମବାସୀ

author img

By

Published : Jun 28, 2021, 7:51 PM IST

ପଞ୍ଚାୟତର ସ୍ୱାସ୍ଥ୍ୟ ଟିମରେ କାର୍ଯ୍ୟ କରୁଥିବାବେଳେ ତାଙ୍କର କୋରୋନାଜନିତ ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ । କୋରୋନା ଭୟରେ ମୃତକଙ୍କ ଶରୀରକୁ ଛୁଇଁଲେନି ଗ୍ରମବାସୀ । ଅଧିକ ପଢନ୍ତୁ...

ଛଅ ଘଣ୍ଟାରୁ ଊର୍ଦ୍ଧ୍ବ ସମୟଧରି ପଡି ରହିଲା ମୃତଦେହ: କୋରୋନା ଭୟରେ ଛୁଇଁଲେନି ଗ୍ରାମବାସୀ

କେନ୍ଦୁଝର: ଛଅ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଘରେ ପଡ଼ିରହିଲା କୋରୋନା ଯୋଦ୍ଧାଙ୍କ ମୃତଦେହ । କୋରୋନା ଡରରେ କେହି ଛୁଇଁଲେନି ମୃତଦେହ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଗୋନାସିକା ଗ୍ରାମରେ । ସୂଚନାନୁସାରେ ଗୋନାସିକା ଗ୍ରାମର ଆଶା କର୍ମୀ ବିଳାସ ପାତ୍ର ଗତକାଲି ତାଙ୍କ ଝିଅ ଶାଶୁ ଘରକୁ ଝୁମ୍ପୁରା ବ୍ଲକ ବାଲିବନ୍ଧ ଗ୍ରାମକୁ ଯାଇଥିଲେ ।

ହୃଦଘାତରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଝିଅ ଜ୍ବାଇଁ ତାଙ୍କୁ ଆଜି (ସୋମବାର) ସକାଳୁ ଗୋନାସିକା ସ୍ଥିତ ବାସଭବନରେ ଆଣି ଛାଡି ଯାଇଥିଲେ । ସେ ଉକ୍ତ ପଞ୍ଚାୟତର ସ୍ୱାସ୍ଥ୍ୟ ଟିମରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମୃତ୍ୟୁ କୋରୋନା ହୋଇଥିବା ଗ୍ରାମବାସୀ ସନ୍ଦେହ କରିଥିଲେ । ଫଳରେ ତାଙ୍କର ମୃତଦେହ ଘରର ଦୁଆର ମୁହଁରେ ଛଅ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପଡି ରହିଥିଲା ।

ଏହି ମୃତଦେହ ପଡି ରହିଥିବା ଖବର ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଥିଲା । ଏହି ଖବର ଭାଇରଲ ହେବା ପରେ ତାଙ୍କ ଘରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ପହଞ୍ଚି ଥିବା ଜଣାପଡିଛି । ସୂଚନାନୁଯାୟୀ ଉକ୍ତ ଅଞ୍ଚଳ ଆଦିମ ଜନଜାତି ଅଞ୍ଚଳ ଭାବେ ପରିଚିତ ଥିବାବେଳେ କୋରୋନାକୁ ନେଇ ଲୋକଙ୍କ ମନରେ ଆଜି ବି ବହୁ ଶଙ୍କା ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.