ETV Bharat / state

ଦୁଇ ଦିନ ବ୍ୟବସାୟ ବନ୍ଦ କରିବ ଚ୍ୟାମ୍ବର ଅଫ କମର୍ସ - ବ୍ୟବସାୟ ବନ୍ଦ କରିବ ଚ୍ୟାମ୍ବର ଅଫ କମର୍ସ

ସପ୍ତାହନ୍ତ ସଟଡାଉନ ସତ୍ତ୍ୱେ କେନ୍ଦୁଝର ମୁଖ୍ୟ ସହରରେ ଅକ୍ରାନ୍ତଙ୍କ ସଂଖ୍ୟା କମିବାରେ ନା ଧରୁନି । ଏହାକୁ ଦେଖି ସପ୍ତାହରେ ଆଉ ଦୁଇ ଦିନ ସଟଡାଉନ କରିବାକୁ ଆଗେଇ ଆସିଛି ଚ୍ୟାମ୍ବର ଅଫ କମର୍ସ କେନ୍ଦୁଝର ଶାଖା । ଅଧିକ ପଢନ୍ତୁ...

ମେ୩ ଓ ୪ ତାରିଖରେ ବ୍ୟବସାୟ ବନ୍ଦ କରିବ ଚ୍ୟାମ୍ବର ଅଫ କମର୍ସ

author img

By

Published : Apr 30, 2021, 8:06 PM IST

କେନ୍ଦୁଝର: ଦିନକୁ ଦିନ କୋରୋନା ମହାମାରୀ କରାଳ ରୂପ ନେବାକୁ ବସିଲାଣି । ଏହି ମହାମାରୀ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲା ପ୍ରଶାସନ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏହି ଦୁଇ ଦିନିଆ ସଟଡାଉନ ଜିଲ୍ଲାର ପାଞ୍ଚୋଟି ସହରାଞ୍ଚଳରେ ଲାଗୁ କରାଯାଇଛି । ଏହି ସଟଡାଉନ ସତ୍ତ୍ୱେ କେନ୍ଦୁଝର ମୁଖ୍ୟ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ନା ଧରୁନି । ଏହାକୁ ଦେଖି ସପ୍ତାହରେ ଆଉ ଦୁଇ ଦିନ ସଟଡାଉନ କରିବାକୁ ଆଗେଇ ଆସିଛି ଚ୍ୟାମ୍ବର ଅଫ କମର୍ସ କେନ୍ଦୁଝର ଶାଖା ।

ଏହି ଶାଖା ଅଧୀନରେ ଥିବା ସମସ୍ତ ଦୋକାନ ଆସନ୍ତା ମେ ମାସ ପ୍ରଥମ ସୋମବାର ଓ ମଙ୍ଗଳବାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଏହା ସହ ଅନ୍ୟ ବ୍ୟବସାୟୀକ ସଙ୍ଘକୁ ମଧ୍ୟ ନିବେଦନ କରିଛି ଚ୍ୟାମ୍ବର ଅଫ କମର୍ସ ।

ମେ୩ ଓ ୪ ତାରିଖରେ ବ୍ୟବସାୟ ବନ୍ଦ କରିବ ଚ୍ୟାମ୍ବର ଅଫ କମର୍ସ

ଏହି ଦୁଇ ଦିନ ପରେ ଆଗକୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ଦକୁ ବଢାଇବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଚ୍ୟାମ୍ବର ଅଫ କମର୍ସର ସମ୍ପାଦକ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.