ଆନନ୍ଦପୁର: ରୋଗୀ ସେବାକୁ ନେଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଆଉ ଏକ ଅଘଟଣ । କେନ୍ଦୁଝର ଜିଲ୍ଲା ଅଧିନ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ମାଇନର ଓଟି ଛାତରୁ ସିଲିଂ ଖସି ପଡିଥିବା ଦେଖିବାକୁ ମିଳିଛି । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ଯ୍ୟରତ କର୍ମଚାରୀ ଓ ରୋଗୀ । ତେବେ ହସ୍ପିଟାଲର କର୍ମଚାରୀ ମାଇନର ଓଟିରେ ଥିବା କିଛି ଯନ୍ତ୍ରାଂଶକୁ ଷ୍ଟେରିଲାଇଜ୍ କରିବାପାଇଁ ପ୍ରବେଶ କରୁଥିବା ସମୟରେ ହଠାତ୍ ସିଲିଂ ଖସି ପଡିଥିବା ଦେଖିବାକୁ ମିଳିଛି ।
ସେପଟେ ଚିକିତ୍ସାଳୟ ଠାରେ ମରାମତି ନାମରେ ପୂର୍ତ୍ତ ବିଭାଗ ତରଫରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ବ୍ୟୟ ବରାଦ ହେଉଥିବା ବେଳେ ଏଭଳି ପରିସ୍ଥିତି ପାଇଁ ନିମ୍ନମାନର କାମକୁ ଦାୟୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ