ETV Bharat / state

କର୍ମଚାରୀଙ୍କୁ ରାସନ ସାମଗ୍ରୀ ଦେବାକୁ ଦାବି କଲା ବସ ମାଲିକ ସଙ୍ଘ - kendujhar bus workers demand

ଗତ ପ୍ରାୟ 2 ମାସ ଧରି ମହାମାରୀ ଲକଡାଉନ ହେତୁ ବସସେବା ବନ୍ଦ ରହିଛି । ତେଣୁ ପରିବାର ଚଳାଇବା ପାଇଁ କାର୍ଯ୍ୟରତ ବସ କର୍ମଚାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଦାବି ହୋଇଛି । ଅଧିକ ପଢନ୍ତୁ...

କର୍ମଚାରୀଙ୍କୁ ରାସନ ସାମଗ୍ରୀ ଦେବାକୁ ଦାବି କଲା ବସ୍ ମାଲିକ ସଙ୍ଘ

author img

By

Published : Jun 25, 2021, 5:23 PM IST

କେନ୍ଦୁଝର: ଗତ ପ୍ରାୟ 2 ମାସ ଧରି ମହାମାରୀ ଲକଡାଉନ ହେତୁ ବସସେବା ବନ୍ଦ ରହିଛି । ତେଣୁ ପରିବାର ଚଳାଇବା ପାଇଁ କାର୍ଯ୍ୟରତ ବସ କର୍ମଚାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଦାବି ହୋଇଛି । କୋଭିଡ୍-19 ମହାମାରୀ ସଙ୍କଟ କାରଣରୁ ଲକଡାଉନ୍ ଘୋଷଣା ହେତୁ ସମସ୍ତ ଯାତ୍ରୀ ପରିବହନ ସେବା ଅଟକି ରହିଛି । କୌଣସି କାମ ନଥିବାରୁ ସଂପୃକ୍ତ ବସ୍‌ର କର୍ମଚାରୀ ମାନେ ସେମାନଙ୍କ ପରିବାର ଚଳାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କର୍ମଚାରୀଙ୍କୁ ରାସନ ସାମଗ୍ରୀ ଦେବାକୁ ଦାବି କଲା ବସ୍ ମାଲିକ ସଙ୍ଘ

ସେମାନଙ୍କୁ କୌଣସି ସ୍ଥାନରୁ ସହାୟତା ଯୋଗାଇ ଦିଆଯାଉ ନାହିଁ ଏବଂ ଦିନକୁ ଦିନ ସେମାନଙ୍କ ଅବସ୍ଥା ବିଗିଡି ଯାଉଛି । ବସ ବନ୍ଦ ହେତୁ ଖୋଦ ବସ ମାଲିକ ମାନେ ମଧ୍ୟ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛନ୍ତି । ସେଥିପାଇଁ ବସ ମାଲିକ ମାନେ କର୍ମଚାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ପାରୁନାହାନ୍ତି ।

ସେଥିପାଇଁ ବସ କର୍ମଚାରୀ ମାନଙ୍କୁ ସମ୍ଭାବ୍ୟ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କୁ ଦାବି କରିଛି ବସ ମାଲିକ ସଙ୍ଘ । ଏନେଇ ଆଜି(ଶୁକ୍ରବାର) କେନ୍ଦୁଝର ଜିଲ୍ଲାର ଘରୋଇ ବସ ମାଲିକ ସଙ୍ଘର ଏକ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ଯଥାଶୀଘ୍ର ବସ କର୍ମଚାରୀଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.