ETV Bharat / state

ଦାବି ପୂରଣ ନହେଲେ ଶିକ୍ଷାଦାନ ନାହିଁ, ସମୂହ ଛୁଟିରେ ଯିବାକୁ ଶିକ୍ଷକଙ୍କ ଚେତାବନୀ

author img

By

Published : Aug 11, 2023, 8:00 PM IST

ଶିକ୍ଷକଙ୍କୁ ପ୍ରତାରଣା ଅଭିଯୋଗ । ଦାବି ପୂରଣ ନହେଲେ ସମୂହ ଛୁଟି ନେଇ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣାରେ ଦେବାକୁ ଚେତାବନୀ ଦେଲା ପ୍ରାଥମିକ ଶିକ୍ଷକ ସଂଘ । ଅଧିକ ପଢ଼ନ୍ତୁ

ଦାବି ପୂରଣ ନହେଲେ ଶିକ୍ଷାଦାନ ନାହିଁ
ଦାବି ପୂରଣ ନହେଲେ ଶିକ୍ଷାଦାନ ନାହିଁ

ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ ସଂଘ

କେନ୍ଦୁଝର: ଆଜି କେନ୍ଦୁଝର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାର ହଜାର ହଜାର ପ୍ରାଥମିକ ଶିକ୍ଷକ ସ୍ଥାନୀୟ କାଳୀ ପଡ଼ିଆରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ୩ ଦଫା ଦାବି ମାନିବାକୁ ଶିକ୍ଷକ ସଂଘ ଦାବି କରିଥିଲା ।

ପ୍ରକାଶ ଯେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆନୁକୂଲ୍ୟରେ ରାଜ୍ୟର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ବିଗତ ଦିନରେ ତିନି ଦଫା ନେଇ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଛନ୍ତି । ଗତ ନଭେମ୍ବର 27 ତାରିଖରେ ରାଜ୍ୟର 1 ଲକ୍ଷ 50 ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନ କରିଥିଲେ । ମୁଖ୍ୟ ଶାସନ ସଚିବ ଶିକ୍ଷକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ତୁରନ୍ତ ଦାବି ପୂରଣର କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ସବୁଦାବି ପୂରଣ ହୋଇନଥିବା ଶିକ୍ଷକ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ.. କଥା ଦେଇ କଥା ରଖିଲେନି ସରକାର, ମିଛ ଥିଲା ସରକାରଙ୍କ ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା: ଶିକ୍ଷକ ସଙ୍ଘ

ଏହି ତିନି ଦଫା ଦାବି ହେଲା: ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକ ପ୍ରଥା ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା । ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକ୍‌ କାର୍ଯ୍ୟକାଳକୁ ନ୍ୟାସ୍‌ନାଲ୍‌ ଇନ୍‌କ୍ରିମେଣ୍ଟ୍‌ ଦେଇ ମୂଳ ଚାକିରିରେ ଗଣନା କରିବା । କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା । ସମାନ କାର୍ଯ୍ୟକୁ ସମାନ ଦରମା ଦାବିରେ ଲେବୁଲ 9 କେନ୍ଦ୍ରୀୟ ହାରରେ ଗ୍ରେଡ଼ ପେ 4200 କରାଯାଉ । ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରାଯାଉ ।

ଏହା ବି ପଢନ୍ତୁ: ଶୁଣିଲେନି ସରକାର, ଆସନ୍ତା 9ରେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଘେରାଉ କରିବ ଓଷ୍ଟା

ଉପରୋକ୍ତ ଦାବିଗୁଡିକ ତୁରନ୍ତ ସମାଧାନ କରାନଗଲେ ଆଗାମୀ ଅଗଷ୍ଟ 16ରୁ ରାଜ୍ୟର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟି ନେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିବେ ବୋଲି ଶିକ୍ଷକ ଫେଡେରେସନ ଚେତାବନୀ ଦେଇଛି । ଦାବି ପୂରଣ ନାହିଁ ତ ଶିକ୍ଷାଦାନ ନାହିଁ ବୋଲି କହିଛି ଫେଡେରେସନ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.