ETV Bharat / state

4 ଟଙ୍କା ଧରି ସାଇକେଲରେ କରସେବା ପାଇଁ ଅଯୋଧ୍ୟା ଯାଇଥିଲେ କେନ୍ଦୁଝରର ସୁଶୀଲ - ସମସ୍ତ ଆଶାର ହେବାକୁ ଯାଉଛି ଅନ୍ତ

ସମସ୍ତ ଆଶାର ହେବାକୁ ଯାଉଛି ଅନ୍ତ । ଆସନ୍ତା 5 ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ହେବ ଭୂମି ପୂଜନ। ଖୁସି ବ୍ୟକ୍ତ କଲେ କେନ୍ଦୁଝରର ସୁଶୀଲ କୁମାର ମହାନ୍ତ । ୧୯୯୦ ମସିହାରେ କରସେବା ପାଇଁ ରାମ ମନ୍ଦିର ନିର୍ମାଣକୁ ନେଇ ଏକ ଜନ ଆନ୍ଦୋଳନ ହୋଇଥିଲେ ସାମିଲ । ଅଧିକ ପଢନ୍ତୁ....

sushil went ajodhya by bicycle
ସମସ୍ତ ଆଶାର ହେବାକୁ ଯାଉଛି ଅନ୍ତ, ସାଇକେଲ ଧରି କରସେବା ପାଇଁ ଅଯୋଧ୍ୟା ଯାଇଥିଲେ ସୁଶୀଲ
author img

By

Published : Aug 3, 2020, 10:29 PM IST

କେନ୍ଦୁଝର : ସମସ୍ତ ଆଶାର ଅନ୍ତ ହେବାକୁ ଯାଉଛି । ଆସନ୍ତା 5 ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ହେବ ଭୂମି ପୂଜନ। ୧୯୯୦ମସିହାରେ ସାରା ଦେଶରେ ରାମ ମନ୍ଦିର ନିର୍ମାଣକୁ ନେଇ ଏକ ଜନ ଆନ୍ଦୋଳନ ଗଢି ଉଠିଥିଲା । ଏହି ଆନ୍ଦୋଳନ ରେ ସାମିଲ ହୋଇ ସାରା ଭାରତରୁ ହଜାର ହଜାର କର ସେବକ ଅଯୋଧ୍ୟା ମୁହାଁ ହୋଇଥିଲେ । ଲକ୍ଷ୍ୟ ଥିଲା ବିବାଦୀୟ ବାବରୀ ମସଜିଦ ଭାଙ୍ଗି ସେଠାରେ ରାମ ମନ୍ଦିର ପ୍ରତିଷ୍ଠା କରିବା । ଏହି ଆନ୍ଦୋଳନରେ ଓଡ଼ିଶାର ର ବିଭିନ୍ନ ଜିଲ୍ଲାରୁ ଶହ ଶହ କର ସେବକ ମଧ୍ୟ ସାମିଲ ହୋଇଥିଲେ । ଏହି କର ସେବକରେ ସାମିଲ ହେବା ପାଇଁ ଇଚ୍ଛା ଥିଲେ ମଧ୍ୟ ବୟସ କମ ଯୋଗୁଁ ଅନୁମତି ଦିଆ ଯାଇନଥିଲା ।

ସମସ୍ତ ଆଶାର ହେବାକୁ ଯାଉଛି ଅନ୍ତ, ସାଇକେଲ ଧରି କରସେବା ପାଇଁ ଅଯୋଧ୍ୟା ଯାଇଥିଲେ ସୁଶୀଲ

କିନ୍ତୁ ମନରେ ଉତ୍ସାହ ଥିବା ଯୋଗୁଁ କଲେଜରୁ ନିଜ ସାଇକେଲ ଯୋଗେ ପକେଟରେ ମାତ୍ର ଚାରି ଟଙ୍କା ଧରି ଅଯୋଧ୍ୟା ମୁଖେ ବାହାରିଥିଲେ କେନ୍ଦୁଝରର ସୁଶୀଲ କୁମାର ମହାନ୍ତ । ସାହାରପଡା ବ୍ଲକରୁ ଅଯୋଧ୍ୟା ପର୍ଯ୍ୟନ୍ତ ତାଙ୍କୁ ପହଞ୍ଚିବାକୁ ୮ ଦିନ ଲାଗିଥିବା ବେଳେ ସେ ସମୟରେ ଘଟିଥିବା ସମସ୍ତ ଦୃଶ୍ୟକୁ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି । ମନରେ ତାଙ୍କର ଯେଉଁ ଇଚ୍ଛା ଥିଲା ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଆଗାମୀ ୫ ତାରିଖରେ ଏହା ସଫଳ ହେବାକୁ ଯାଉଥିବା ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । କୋରୋନା ମହାମାରୀ ହଟିଲେ ସେ ଅଯୋଧ୍ୟା ଯାଇ ରାମଙ୍କୁ ଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ସୁଶୀଲ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.