ETV Bharat / state

ଗୁଣି ଗାରେଡି ସନ୍ଦେହ: ମଶାରୀ ଭିତରେ ଦମ୍ପତିଙ୍କୁ ହତ୍ୟା

author img

By

Published : Sep 8, 2019, 12:12 PM IST

କେନ୍ଦୁଝରରେ ବୃଦ୍ଧ ଦମ୍ପତିଙ୍କୁ ନୃଶଂସ ହତ୍ୟା । ତେବେ ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟା କରାଯାଇଥିବା ଜଣାପଡିଛି।

ଡିଜାଇନ ଫଟୋ

କେନ୍ଦୁଝରରୁ: ମଶାରୀ ଭିତରେ ଦମ୍ପତିଙ୍କୁ ନିର୍ମମ ହତ୍ୟା। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋଧିରାମପଡ଼ାରେ ଘଟିଛି । ତେବେ ଗ୍ରାମର ମୁଣ୍ଡା ସାହିରେ ବୃଦ୍ଧ ଦମ୍ପତିଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ କେହି ଅତି ନୃଶଂସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ଖବର ଅନୁଯାୟୀ, ଘର ବାରଣ୍ଡାରେ ରାମାଇ ମୁଣ୍ଡା ଓ ତାଙ୍କ ପତ୍ନୀ ଚମ୍ପା ମୁଣ୍ଡା ମଶାରୀ ଟାଣି ଶୋଇଥିଲେ । ଏହି ସମୟରେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି। ହତ୍ୟାକାଣ୍ଡ ପରେ ସମ୍ପୂର୍ଣ୍ଣ ଚଟାଣ ରକ୍ତାକ୍ତ ହୋଇଯାଇଛି ।

ଏହି ଘଟଣାଟି ଗୁଣି ଗାରେଡି ପାଇଁ ହୋଇଥିବା ଗ୍ରାମ ଲୋକେ ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଗୁଣି ଗାରେଡ଼ି ସନ୍ଧେହ ରେ ଦମ୍ପତି ଙ୍କୁ ହତ୍ୟା ଅଭିଯୋଗBody:
ଆଙ୍କର- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋଧିରାମପଡ଼ାରେ ଘଟିଛି ଅଭାବନିୟ ଘଟଣା । ଉକ୍ତ ଗ୍ରାମର ମୁଣ୍ଡା ସାହିରେ ବୃଦ୍ଧ ଦମ୍ପତି ଙ୍କୁ କେହି ଅତି ନୃଶଂସ ଭାବେ ହତ୍ୟାକରିଥିବା ଜଣାପଡ଼ିଛି । ଘର ବାରଣ୍ଡାରେ ରାମାଇ ମୁଣ୍ଡା ଓ ତାଙ୍କ ପତ୍ନୀ ଚମ୍ପା ମୁଣ୍ଡା ସ୍ୱାମୀ ସ୍ତ୍ରୀ ଙ୍କ ରକ୍ତାକ୍ତ ମୃତଦେହ ପଡି ରହିଛି । ଗତକାଲି ରାତିରେ ଶୋଇ ଥିବା ବେଳେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ହତ୍ୟାକାଣ୍ଡ ଗୁଣି ଗାରେଡି ପାଇଁ ହୋଇଥିବା ଗ୍ରାମ ଲୋକେ ସନ୍ଦେହ କରୁଛନ୍ତି । ଘଟଣା ସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.