ETV Bharat / state

ଶନିଦେବଙ୍କ ଭରସାରେ ଛାତ୍ରଛାତ୍ରୀ, ମନ୍ଦିରରେ ଚାଲିଛି ପାଠପଢା

ବିଦ୍ୟାଳୟ ଗୃହ ଭାଙ୍ଗିଯାଇଥିବାରୁ ପିଲାଙ୍କୁ ଶନିମନ୍ଦିରରେ ପଢିବାକୁ ପଡୁଛି । ଆଉ ମଧ୍ୟାହ୍ନ ଭୋଜନ ଚାଲିଛି ଗଛ ମୂଳରେ । ଏ ହେଉଛି ଆନନ୍ଦପୁର ବ୍ଲକ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Jul 30, 2019, 2:25 PM IST

ଆନନ୍ଦପୁର: ସ୍କୁଲ ଘର ଭାଙ୍ଗି ଗଲାଣି । ହେଲେ ଅଭିଯୋଗ କଲେ କେହି ଶୁଣୁନାହାନ୍ତି । ଫଳରେ ବାଧ୍ୟ ହୋଇ ଏଠାକାର ପ୍ରଥମରୁ ତୃତୀୟ ଶ୍ରେଣୀର ପିଲା ଶନି ମନ୍ଦିରରେ ପଢୁଥିବା ବେଳେ ଚତୁର୍ଥ ଓ ପଞ୍ଚମ ପିଲା ପଢୁଛନ୍ତି କ୍ଲବଘରେ । ଆଉ ମଧ୍ୟାହ୍ନ ଭୋଜନ ଚାଲିଛି ଗଛ ମୂଳରେ । ଏ ହେଉଛି ଆନନ୍ଦପୁର ବ୍ଲକ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ।

ବିଦ୍ୟାଳୟ ଗୃହ ଭାଙ୍ଗି ଯାଇଥିବାରୁ ପିଲାଙ୍କୁ ଏଭଳି ପରିସ୍ଥିତିରେ ଚାଲିଛି ଶିକ୍ଷାଦାନ । ବିଦ୍ୟାଳୟ ଶ୍ରେଣୀ ଗୃହର ଆଜବେଷ୍ଟ ଭାଙ୍ଗି ଯାଇଛି । କାନ୍ଥ ଗୁଡିକ ସବୁ ଦୁର୍ବଳ ହୋଇ କୌଣସି ମୁହୁର୍ତ୍ତରେ ଗଳିପଡିବ ତାହା କହିହେବ ନାହିଁ। ଏପଟେ ଦୁଇ ବଖରା ଛାତ ଘର ରହିଛି । ହେଲେ ଗତ ଫନି ବାତ୍ୟାରେ ଲଗାଣ ବର୍ଷା ଯୋଗୁଁ ଛାତରୁ ସିମେଣ୍ଟ ଖଣ୍ଡ ଖସିବାରୁ ସେଠାରେ ପିଲାଙ୍କୁ ପାଠ ପଢାଇବା ସମ୍ଭବ ହେଉନାହିଁ । ଅନ୍ୟପଟେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅନେକ ଦିନ ହେଲା କାମ ବନ୍ଦ ରହିଛି । ଯେଉଁ କାରଣରୁ ଭଙ୍ଗା ସ୍କୁଲର ବାରଣ୍ଡାରେ ଚାଲିଛି ରୋଷେଇ। ଆଉ ପିଲାଏ ସ୍କୁଲ ସାମ୍ନାରେ ଥିବା ଗଛମୂଳେ ଖାଉଛନ୍ତି ।

ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଭାଙ୍ଗି ବିପଦ ସଂକୁଳ ଅବସ୍ଥାରେ ରହିବା ଆଜିର ଘଟଣା ନୁହେଁ । ପାଖାପାଖି 2 ବର୍ଷ ହେବ ଏଭଳି ଅବସ୍ଥା । ହେଲେ ଏହା ପ୍ରତି କାହାରି ନଜର ନାହିଁ। ବିପଦପୂର୍ଣ୍ଣ ଅବସ୍ଥାରେ ଛାତ ଓ କାନ୍ଥ ଗୁଡିକ ରହିଥିବାରୁ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ଛାଡିବାକୁ ମଧ୍ୟ୍ ନାରାଜ । ବିଦ୍ୟାଳୟ ଗୃହର ଏଭଳି ଅବସ୍ଥା ଦେଖି କିଛିଦିନ ତଳେ ଗାଁ ଲୋକେ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ ଦାବିରେ ସ୍କୁଲ ତାଲା ମଧ୍ୟ ପକାଇଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ପ୍ରଥମରୁ ପଞ୍ଚମ ମଧ୍ୟରେ ଏଠାରେ 45 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶ୍ରେଣୀ ଗୃହ ଜନିତ ସମସ୍ୟା ପାଇଁ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ଛାଡୁନାହାନ୍ତି । ଫଳରେ ଉପସ୍ଥାପନ କମ୍ ରହୁଥିବା ଦେଖିବାକୁ ମିଳିଛି ।ସେପଟେ ପଞ୍ଚମ ଶ୍ରେଣୀ ଗୃହ ଭାଙ୍ଗି ଯିବା ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇ ପାରିନାହିଁ ।

ଏନେଇ ଆମ ଆନନ୍ଦପୁର ପ୍ରତିନିଧି ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟିଥିଲୁ । ହେଲେ ତାଙ୍କର କହିବା କଥା, ନୂତନ ସରକାରୀ ନିୟମ ଅନୁସାରେ ସ୍କୁଲ ଗୃହ ନିର୍ମାଣ ଓ ମରାମତି କାମ ଏବେ ଆଉ ତାଙ୍କ ବିଭାଗ ଅଧୀନରେ ନାହିଁ। ପଞ୍ଚାୟତିରାଜ ବିଭାଗ ଏବେ ଏସବୁ କାମ କରିବାକୁ ଥିବାବେଳେ ବ୍ଲକ ଶିକ୍ଷାଧିକାରୀ ବିଡ଼ିଓଙ୍କୁ ଏ ବାବଦରେ ଜଣାଇଥିବା କହି ମୁଣ୍ଡରୁ ବୋଝ ହାଲକା କରିଛନ୍ତି ।

ସ୍କୁଲ ଘର ନିର୍ମାଣ ପାଇଁ ଏଠି ଦାୟିତ୍ୱ ମୁଣ୍ଡକୁ ନେବାକୁ ପ୍ରସ୍ତୁତ ନୁହନ୍ତି । ସରକାରୀ ଅଧିକାରୀ, ଜଣେ ଅନ୍ୟ ଜଣଙ୍କ ମୁଣ୍ଡକୁ ଦାୟିତ୍ୱ ଠେଲିବାର ବ୍ୟସ୍ତ। ବର୍ତ୍ତମାନ ବର୍ଷାଋତୁ ରହିଥିବା ବେଳେ ପାଠ ପଢ଼ା ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ଏଭଳି କ୍ଷେତ୍ରରେ ସରକାରଙ୍କ ନାରା ‘ସଭିଏଁ ପଢିବେ ସଭିଏଁ ବଢ଼ିବେ’ ର ବାସ୍ତବତା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାରଯୋଗ୍ୟ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭରତ

SLUG : DEAD BODY 
FORMAT : AVO 
REPORT : DEBASIS MOHAPATRA / BHADRAK
DATE : 30.07.2019

ANCHOR : ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ କୋଷ୍ଟ କେନାଲ ନିକଟ ରାସ୍ତା ଉପରେ ଏକ ଅଜଣା ବ୍ୟକ୍ତିର ମୃତ ଦେହ ପଡିଥିବା ଦେଖଗିବାକୁ ମିଳିଛି। ଗତକାଲି ରାତିରେ କେହି ସମ୍ପୃକ୍ତ ବ୍ୟକ୍ତିକୁ ମାରି ଏଠାରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି। ମୃତ ବ୍ୟକ୍ତିଙ୍କ ସଠିକ ପରିଚୟ ମିଳିପାରିନାହିଁ। ଆଜି ରାସ୍ତାରେ ଯାଉଥିବା କିଛି ପଥଚାରି ମୃତ ଦେହ ଟିକୁ ଦେଖି ଥିଲେ। ଏହାକୁ ଚିହ୍ନିବାଲାଗି ସ୍ଥାନୀୟ ଲୋକଙ୍କର ଭିଡ ପରିଲିଖିତ ହେଇଥିଲା। ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.