ETV Bharat / state

ବିଶ୍ୱବିଦ୍ୟାଳୟ ରେଜିଷ୍ଟାରଙ୍କୁ ଘେରିଲେ ଛାତ୍ରଛାତ୍ରୀ - ବିଶ୍ୱବିଦ୍ୟାଳୟ ରେଜିଷ୍ଟାରଙ୍କୁ ଘେରିଲେ ଛାତ୍ରଛାତ୍ରୀ

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର 2ୟ କ୍ୟାମ୍ପସକୁ ବନ୍ଦ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର କ୍ୟାମ୍ପସ ପରିଦର୍ଶନରେ ଆସିଥିବା ବେଳେ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଗେଟରେ ତାଲା ପକାଇ ତାଙ୍କୁ ଘେରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 28, 2019, 12:04 AM IST

କେନ୍ଦୁଝର: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର 2ୟ କ୍ୟାମ୍ପସ ଭାବେ କେନ୍ଦୁଝରର ସହରରେ ଏକ ବ୍ରାଞ୍ଚ ସରକାର ଗଠନ କଲେ । ଏଠାରେ ପିଜିରୁ ଊର୍ଦ୍ଧ୍ବ ପାଠ୍ୟକ୍ରମ ଖୋଲାଗଲା । ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମେ ଭଡାଘରେ ଏବଂ ପରେ ନିଜସ୍ୱ ନୂତନ ବିଲ୍ଡିଂରେ ପାଠ୍ୟକ୍ରମ ଆରମ୍ଭ ହେଲା । କିନ୍ତୁ ପାଠ୍ୟକ୍ରମ ଆରମ୍ଭ ଦିନଠାରୁ କ୍ୟାମ୍ପସରେ ଯେଉଁ ସୁବିଧା ସୁଯୋଗ ମିଳିବା କଥା ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିପାରୁନଥିବା ଅଭିଯୋଗ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏନେଇ ଛାତ୍ରଛାତ୍ରୀମାନେ 2ୟ କ୍ୟାମ୍ପସକୁ ବନ୍ଦ କରିବାକୁ ବାରମ୍ବାର ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଶୁକ୍ରବାର ଦିନ ଏହି ଅଭିଯୋଗ ଆଧାରରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର କ୍ୟାମ୍ପସ ପରିଦର୍ଶନରେ ଆସିଥିବା ବେଳେ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଗେଟରେ ତାଲା ପକାଇ ତାଙ୍କୁ ଘେରିଥିଲେ । କ୍ୟାମ୍ପସର ସାମାନ୍ୟ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଦାବିକରିଥିଲେ ।

ରେଜିଷ୍ଟାର କ୍ୟାମ୍ପସର ରାସ୍ତା, ପିଇବାପାଣି, ଲାବ୍ରୋଟାରି ଆଦି ପ୍ରାଥମିକ ସୁବିଧା ଶୀଘ୍ର ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ଙ୍କୁ ଘେରିଲେ ଛାତ୍ରଛାତ୍ରୀBody:
ଆଙ୍କର- ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଭାବେ କେନ୍ଦୁଝରର ସହରରେ ଏକ ବ୍ରାଞ୍ଚ ସରକାର ଗଠନ କଲେ । ଏଠାରେ ପିଜି ରୁ ତାଦୁର୍ଦ୍ବ ପାଠ୍ୟକ୍ରମ ଖୋଲାଗଲା । ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମେ ଭଡାଘରେ ଏବଂ ପରେ ନିଜସ୍ୱ ନୂତନ ଵିଲଡିଂ ରେ ପାଠ୍ୟକ୍ରମ ଆରମ୍ଭ ହେଲା । କିନ୍ତୁ ପାଠ୍ୟକ୍ରମ ଆରମ୍ଭ ଦିନଠାରୁ କ୍ୟାମ୍ପସରେ ଯେଉଁ ସୁବିଧା ସୁଯୋଗ ମିଳିବା କଥା ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିପାରୁନଥିବା ଅଭିଯୋଗ ହେଉଛି । ଏନେଇ ଛାତ୍ର ଛାତ୍ରୀ ମାନେ ଦ୍ୱିତୀୟ କ୍ୟାମ୍ପସ କୁ ବନ୍ଦ କରିବା ସହ ବାରମ୍ବାର ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଆଜି ଏହି ଅଭିଯୋଗ ଆଧାରରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର କ୍ୟାମ୍ପସ ପରିଦର୍ଶନ ରେ ଆସିଥିବା ବେଳେ ଛାତ୍ର ଛାତ୍ରୀ ମାନେ କ୍ୟାମ୍ପସ ଗେଟ ରେ ତାଲା ପକାଇ ତାଙ୍କୁ ଘେରିଥିଲେ । କ୍ୟାମ୍ପସ ର ସାମାନ୍ୟ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଦାବିକରିଥିଲେ । ରେଜିଷ୍ଟାର କ୍ୟାମ୍ପସର ରାସ୍ତା, ପିଇବାପାଣି, ଲାବ୍ରୋଟାରି ଆଦି ପ୍ରାଥମିକ ସୁବିଧା ଶୀଘ୍ର ଯୋଗାଇ ଦେବେ ବୋଲି ପ୍ରକାଶ କରିବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ବାଇଟ-୧-ସୁରଜ କୁମାର ରଣସିଂ( ଛାତ୍ର)
ବାଇଟ-୨-ସସ୍ମିତା ମହାନ୍ତି ( ଛାତ୍ରୀ)
ବାଇଟ-୩-ପ୍ରୋ ପ୍ରମୋଦ ଶତପଥୀ( ରେଜିଷ୍ଟାର, ଉତର ଓଡିଶା ବିଶ୍ୱବିଦ୍ୟାଳୟ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.