ETV Bharat / state

ଗେମ୍ ଖେଳିବାକୁ ମୋବାଇଲ ନ ଦେବାରୁ ଛାତ୍ରଙ୍କ ଆତ୍ମହତ୍ୟା - student commits suicide for free fire

ଫ୍ରି ଫାୟାର ଗେମ୍ ଖେଳିବାକୁ ମୋବାଇଲ ନ ଦେବାରୁ ଜୀବନ ହାରିଲେ ନବମ ଣ୍ରେଣୀ ଛାତ୍ର । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଇନ୍ଦୁପୁରା ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ....

ଗେମ୍ ଖେଳିବାକୁ ମୋବାଇଲ ନଦେବାରୁ ଛାତ୍ରଙ୍କ ଆତ୍ମହତ୍ୟା

author img

By

Published : Sep 30, 2021, 9:43 PM IST

ଆନନ୍ଦପୁର: ଫ୍ରି ଫାୟାର ଗେମ୍ ଖେଳିବାକୁ ମୋବାଇଲ ନଦେବାରୁ ଜୀବନ ହାରିଲେ ନବମ ଣ୍ରେଣୀ ଛାତ୍ର । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଇନ୍ଦୁପୁରା ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମୃତକ ଆନନ୍ଦପୁର ଆର୍ଦଶ ବିଦ୍ଯାଳୟର ନବମ ଶ୍ରେଣୀର ଛାତ୍ର ସୌମ୍ୟ ରଞ୍ଜନ ଜେନା । ସେ ଆଜି(ଗୁରୁବାର) ମୋବାଇଲ୍‌ରେ ଫ୍ରି' ଫାୟାର ଗେମ୍ ଖେଳିବକୁ ମା'ଙ୍କୁ ମୋବାଇଲ୍ ମାଗିଥିଲେ ।

ଗେମ୍ ଖେଳିବାକୁ ମୋବାଇଲ ନଦେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ହେଲେ ଗତ ୨ ଦିନ ଧରି ବିଦ୍ଯାଳୟରେ ପରୀକ୍ଷା ଚାଲିଥିବାରୁ ମା' ମୋବାଇଲ୍ ଦେବାକୁ ସୌମ୍ୟଙ୍କ ମନା କରି ଦେଇଥିଲେ । ଏତିକିରେ ସୋମ୍ୟ ରାଗିଯାଇ ଛାତ ଉପରେ ବେକରେ ରଶି ଲଗାଇ ଜୀବନ ହାରିବାକୁ ଚରମ ନିଷ୍ପତି ନେଇଥିଲେ । କିଛି ସମୟ ପରେ ତାଙ୍କ ଭଉଣୀ ଛାତ ଯିବାପରେ ସୌମ୍ୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ତାଙ୍କ ମାଆଙ୍କୁ ଜଣାଇଥିଲେ ।

ପରିବାର ଲୋକେ ସୌମ୍ୟଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୌମ୍ୟଙ୍କ ମୃତ୍ୟୁ ଖବର ମିଳିବା ପରେ ଆନନ୍ଦପୁର ଆର୍ଦଶ ବିଦ୍ଯାଳୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଆନନ୍ଦପୁରରୁ ସ୍ମତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.