ETV Bharat / state

ରାଜ୍ୟ ସରକାର ପଛୁଆବର୍ଗଙ୍କୁ ଅଗ୍ରାଧିକାର ଦିଅନ୍ତୁ: JMM

ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣରେ ଅଗ୍ରାଧିକାର ଦେବାକୁ ଦାବି କଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । ଅଧିକ ପଢନ୍ତୁ...

author img

By

Published : Nov 13, 2021, 9:09 PM IST

ରାମଚନ୍ଦ୍ର ହାଁସଦା
ରାମଚନ୍ଦ୍ର ହାଁସଦା

କେନ୍ଦୁଝର: ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣରେ ଅଗ୍ରାଧିକାର ଦେବାକୁ ଦାବି କଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ।

ରାଜ୍ୟ ସରକାର ସମ୍ବିଧାନ ସଂଶୋଧନ ଦ୍ବାରା ଜାତିଭିତ୍ତିକ ସଂରକ୍ଷଣ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ଦ୍ବାରା ତଳ ସ୍ତରରେ ପଞ୍ଚାୟତିରାଜ ଓ ପୌରପାଳିକାରେ ସଂରକ୍ଷଣ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ନୂତନ ଆଇନରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଏଥିରେ ପଛୁଆ ବର୍ଗଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ତଥା ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ।

ରାଜ୍ୟ ସରକାର ପଛୁଆବର୍ଗଙ୍କୁ ଅଗ୍ରାଧିକାର ଦିଅନ୍ତୁ: ଜେଏମଏମ

ଆଜି (ଶନିବାର) ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ତୁରନ୍ତ ଏହି ଆଇନକୁ ସଂଶୋଧନ କରି ପଛୁଆ ବର୍ଗଙ୍କୁ ତାଙ୍କର ହକ ପ୍ରଦାନ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ସହାୟକ କରିବାକୁ ଦାବି କରିଛି ଜେଏମଏମ । ରାଜ୍ୟ ସରକାରଙ୍କ ପଛୁଆ ବର୍ଗଙ୍କ ପ୍ରତି ଏଭଳି ବୈମାତୃକ ମନୋଭାବ ନେଇ ଆଗକୁ ଆନ୍ଦୋଳନ କରିବ ବୋଲି ଜେଏମଏମ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.