ETV Bharat / state

ଜିଲ୍ଲାର ସାମଗ୍ରିକ ବିକାଶରେ ବାଧକ ସାଜିଛି ରାଜ୍ୟ ସରକାର: ଗୋଲକ ମହାପାତ୍ର

author img

By

Published : Aug 27, 2021, 7:30 PM IST

ଦୁଇ ଦିନିଆ କେନ୍ଦୁଝର ଗସ୍ତ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ପ୍ରଥମ ଦିନ ଜିଲ୍ଲାର ସମସ୍ତ ପଦାଧିକାରୀଙ୍କ ସହ ବୈଠକ ପରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

ଜିଲ୍ଲାର ସାମଗ୍ରିକ ବିକାଶରେ ବାଧକ ସାଜିଛି ରାଜ୍ୟ ସରକାର: ଗୋଲକ ମହାପାତ୍ର
ଜିଲ୍ଲାର ସାମଗ୍ରିକ ବିକାଶରେ ବାଧକ ସାଜିଛି ରାଜ୍ୟ ସରକାର: ଗୋଲକ ମହାପାତ୍ର

କେନ୍ଦୁଝର: ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ପ୍ରଥମ ଦିନ ଜିଲ୍ଲାର ସମସ୍ତ ପଦାଧିକାରୀଙ୍କ ସହ ବୈଠକ ପରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଆଜି(ଶୁକ୍ରବାର) ଏହି ଅଞ୍ଚଳ ପରିଦର୍ଶନ ପରେ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ଗୋଲକ ମହାପାତ୍ର । ଜିଲ୍ଲାରେ ମରୁଡି ସମସ୍ୟା ସୃଷ୍ଟି ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଜିଲ୍ଲାରେ ଜଳସେଚନର ବିକାଶ ପାଇଁ କିଛି କରିନଥିବା ନେଇ ବର୍ଷିଥିଲେ । ପାନୀୟ ଜଳ ଯୋଗାଣରେ ଅନିୟମିତତା ହୋଇଥିବା ବେଳେ ଡିଏମଏଫ ପାଣ୍ଠିର ଉପଯୋଗ ନେଇ ପ୍ରଶ୍ନ ଉଠାଇଥିଲେ ଗୋଲକ ।

ଡିଏମଏଫ ପାଣ୍ଠିର ଦୁରୂପଯୋଗ ହେଉଥିବା ବେଳେ ବୈଠକରେ ଠିକ ଭାବେ ଆଲୋଚନା ହେଉନଥିବା ନେଇ ପ୍ରଶ୍ନ ଉଠାଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସ୍ତା ଦୁର୍ନୀତି ଆଦିରେ ବିଜୁ ଜନତା ଦଳର ନେତା ସାମିଲ ଥିବା ବେଳେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଘଣ୍ଟ ଘୋଡ଼ା ଯାଉଥିବା ଅଭିଯୋଗ କରିଥିଲେ ଗୋଲକ ମହାପାତ୍ର । ଜିଲ୍ଲାରେ ଭିତ୍ତିଭୂମି ଥାଇ ବୃହତ ଇସ୍ପାତ ପ୍ରକଳ୍ପ କରୁନଥିବା ବେଳେ ଶିକ୍ଷାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଜାଣିଶୁଣି ଅବହେଳା କରୁଥିବା ନେଇ ବର୍ଷିଥିଲେ । ଆଗାମୀ ଦିନରେ ଏନେଇ ବିଜେପି ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.