ETV Bharat / state

କେନ୍ଦୁଝର ସହ ଓଡିଶାକୁ ଲୁଟା ଯାଇଛି: ନିରଞ୍ଜନ ପଟ୍ଟନାୟକ

ନିର୍ବାଚନ ପ୍ରଚାରରେ ଆସି ଗୁରୁବାର ପିସିସି ସଭାପତି ସ୍ଥାନୀୟ ପାଟଣା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ଏନେଇ ସ୍ଥାନୀୟ ଅସନପାଟ ହାଇସ୍କୁଲ ପଡ଼ିଆରେ ଅପରାହ୍ନରେ ହେଲିକ୍ୟାପ୍ଟର ଯୋଗେ ଓହ୍ଲାଇ ସେ ସଭାସ୍ଥଳ ଅଭିମୁଖେ ବାହାରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 18, 2019, 10:56 PM IST

କେନ୍ଦୁଝର: ନିର୍ବାଚନ ପ୍ରଚାରରେ ଆସି ଗୁରୁବାର ପିସିସି ସଭାପତି ସ୍ଥାନୀୟ ପାଟଣା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ଏନେଇ ସ୍ଥାନୀୟ ଅସନପାଟ ହାଇସ୍କୁଲ ପଡ଼ିଆରେ ଅପରାହ୍ନରେ ହେଲିକ୍ୟାପ୍ଟର ଯୋଗେ ଓହ୍ଲାଇ ସେ ସଭାସ୍ଥଳ ଅଭିମୁଖେ ବାହାରିଥିଲେ । ଏହି ସଭାରେ କେନ୍ଦୁଝର କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମ ଓ ପାଟଣା ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାୟକଙ୍କ ପାଇଁ ପ୍ରଚାର କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଛନ୍ତି ନିରଞ୍ଜନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏହି ଅବସରରେ ନିରଞ୍ଜନ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହିତ ତୀବ୍ର ସମାଲୋଚନା କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସେ କହିଥିଲେ । କେନ୍ଦ୍ର ସରକାରଙ୍କ ଜନଧନ ଯୋଜନା ହେଉ ଅବା ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା, କାଳିଆ ଯୋଜନା ସବୁ ମିଥ୍ୟା ପ୍ରତିଶୃତି, ଏସବୁ ଯୋଜନା କଂଗ୍ରେସ ସରକାର ସମୟରେ ହୋଇଥିଲା ।

ଏସବୁ ସହାୟତାକୁ କେବଳ କେନ୍ଦ୍ର ଓ ରାଜ୍ୟ ସରକାର ନା ବଦଳାଇ କଂଗ୍ରେସର ସହାୟତାକୁ ଯୋଜନା ମାଧ୍ୟମରେ ଲୋକଙ୍କୁ ଭୁତାଉଛି ବୋଲି କହିଛନ୍ତି । ଲୋକଙ୍କୁ ଦୀର୍ଘ ଦିନ ହେବ ଠକେଇ ଆସୁଛନ୍ତି ବିଜେପି ଆଉ ବିଜେଡି । କଂଗ୍ରେସ ସରକାର ଆସିଲେ ରାଜ୍ୟରେ ପରିବର୍ତ୍ତନ ହେବ ବୋଲି ସେ କହିଥିଲେ । ନବୀନ ପଟ୍ଟନାୟକ କେବଳ ଡାକ ପିଅନ ଭଳି କାମ କରୁଛନ୍ତି ବୋଲି କହି କଟାକ୍ଷ ମଧ୍ୟ କରିଥିଲେ ନିରଞ୍ଜନ ।

ଏହାସହ ସେ କେନ୍ଦୁଝର ଜିଲ୍ଲାର ଲୋକ । ତେଣୁ କେନ୍ଦୁଝରବାସୀ ତାଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ଭାବେ ଜୟଯୁକ୍ତ କରାଇବା ପାଇଁ ଅନୁରୋଧ କରିଥିଲେ ନିରଞ୍ଜନ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.