ETV Bharat / state

କେନ୍ଦୁଝରର ସ୍ବତନ୍ତ୍ର ପରିଚୟ ଟେରାକୋଟା - special identity

ମାଟି ଉପରେ ହାତ ଚଲାଇ ମାଟିକୁ ମୂର୍ତ୍ତି କରନ୍ତି ଏମାନେ । ମା ତାରିଣୀ ପାଇଁ ମାଟି ଘୋଡା ଠାରୁ ଆରମ୍ଭ କରି ଗଢ଼ି ଚାଲନ୍ତି କେତେ ରକମ ଜୀବଜନ୍ତୁ, ବାଜାବାଲା, ମହୁରୀଆ ଆଉ କଣ୍ଢେଇ । ଏହି ସୁନ୍ଦର କାରିଗରୀ ଟେରାକୋଟା ଭାବେ ପରିଚିତ । ଯାହା କେନ୍ଦୁଝର ଜିଲ୍ଲାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : May 8, 2019, 11:23 PM IST

କେନ୍ଦୁଝର: କଳାକୃତିର ରାଜ୍ୟ ହେଉଛି ଓଡିଶା । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହିଛି ସ୍ବତନ୍ତ୍ର କଳାକୃତି । ସେ ପିପିଲିର ଚାନ୍ଦୁଆ ହେଉ ଅବା ବେଲଗୁଣ୍ଠାର କଂସା ପିତଳ କଳାକୃତି । ସେହିପରି ଏକ ନିଆରା କଳାକୃତିର ଜିଲ୍ଲା ହେଉଛି କେନ୍ଦୁଝର । କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ହଲଦରପୁର ଠାରେ ପ୍ରସ୍ତୁତ ହେଉଛି ଟେରାକୋଟା । ଏହି ଟେରାକୋଟା କାର୍ଯ୍ୟ କାରିଗରଙ୍କ ସହ ଜିଲ୍ଲାକୁ ଦେଇଛି ନୂତନ ପରିଚୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ମାଟି ନିର୍ମିତ ଟେରାକୋଟା କାର୍ଯ୍ୟ ଖାଲି କେନ୍ଦୁଝରରେ ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରି ପାରିଛି । ହଳଧରପୁରର ଅର୍ଦ୍ଧାଧିକ ଗ୍ରାମବାସୀ ଟେରାକୋଟା କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଆଗରୁ ନିଜ ବଳରେ ଏହି କାରିଗର ମାନେ ନିଜ କଳାକୃତି ବିକ୍ରି କରି ଦୁଇ ପାଇସା ରୋଜଗାର କରୁଥିବା ବେଳେ ଏବେ ଏଥି ପାଇଁ ସେମାନଙ୍କୁ ସରକାରୀ ସହଯୋଗ ମଧ୍ୟ ମିଳୁଛି । ଏଠିକାର କୁମ୍ଭାର ପରିବାର ପୂର୍ବରୁ ପାରମ୍ପରିକ ଭାବେ କେବଳ ହାଣ୍ଡି ମାଠିଆ ଗଢ଼ୁ ଥିଲେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସରକାରୀ ସହଯୋଗରେ ଟେରାକୋଟା କାର୍ଯ୍ୟର ପ୍ରଶିକ୍ଷଣ ନେଲେ । ଏହି ଟେରାକୋଟାକୁ ହିଁ ସେମାନଙ୍କ କୌଳିକ ବୃତ୍ତି ଭାବେ ଗ୍ରହଣ କରି ନେଇଛନ୍ତି ।

ଏହି କାର୍ଯ୍ୟରେ କେବଳ ପୁରୁଷ ନୁହନ୍ତି ମହିଳାମାନେ ମଧ୍ୟ ସହଯୋଗର ହାତ ବଢ଼େଇଛନ୍ତି । ଏହି ଟେରାକୋଟା ପାଇଁ ସରକାର କୌଶଳ ବିକାଶ ଟ୍ରେନିଂ ଦେବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ଧିରେ ଧିରେ ଏହି ଟେରାକୋଟା କାର୍ଯ୍ୟ ହଳଧରପୁର ଗ୍ରାମରୁ ବାହାରି ରାଜ୍ୟର ବିଭିନ୍ନ ପଦର୍ଶନୀରେ ବିକ୍ରି ହୋଇଥିଲା । ପରେ ଏହା ରାଜ୍ୟ ବାହାରେ ମଧ୍ୟ ସୁଦୁର ପ୍ରସାରି ହୋଇପାରିଛି । ଟେରାକୋଟାର ଏକ ମୁଖ୍ୟ ବଜାର ହୋଇଛି ଘଟଗାଁ । ଏଠି ପ୍ରତିଦିନ ବହୁ ମାଟି ଘୋଡା ତାରିଣୀଙ୍କର ପାଖରେ ଭକ୍ତ ମାନସିକ ରଖି ପୂଜା କରିଥାନ୍ତି । ଏହା ସହ ଏଠାକୁ ଆସୁଥିବା ଭକ୍ତ ବାଟହରିଚନ୍ଦନପୁରରୁ ଟେରାକୋଟା ମୂର୍ତ୍ତି କିଣି ନେଇଥାନ୍ତି ।

ଆଜି ଏହି ଟେରାକୋଟା କାର୍ଯ୍ୟର ଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି । ପାରମ୍ପରିକ ଟେରାକୋଟାରୁ ଆରମ୍ଭ କରି ଥ୍ରୀ ଡି ଟେରାକୋଟା ମୂର୍ତ୍ତି ମଧ୍ୟ ତିଆରି କରୁଛନ୍ତି ଏହି କାରିଗର । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଦ୍ୟୁତିକ ସରଞ୍ଜାମ ଯୋଗେଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.