ETV Bharat / state

କଳାର ଅଦ୍ବିତୀୟ କାରିଗର ହରେକୃଷ୍ଣ - artist

ଅର୍ଥାଭାବ ହରେକୃଷ୍ଣଙ୍କ ପଠାପଢାରେ ସାଜିଥିଲା ବାଧକ । କିନ୍ତୁ ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଥିଲା ଦାରିଦ୍ର୍ୟ । କଳା ପ୍ରତି ପ୍ରଗାଢ ନିଷ୍ଠା ଦେଇଥିଲା ନୂଆ ପରିଚୟ । କଠୋର ଅଧ୍ୟବସାୟ ଆଣିଥିଲା ଅନେକ ସମ୍ମାନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Mar 11, 2019, 11:39 AM IST

ଆନନ୍ଦପୁର: ତାଙ୍କ ହାତରେ ରହିଛି ଅଦ୍ଭୁତ ଯାଦୁ । ହାତ ବୁଲାଇ ଆଣିଲେ ସୃଷ୍ଟି ହୋଇଯାଏ କଳା । ଆଙ୍କି ହୋଇଯାଏ ମନଲୋଭା ଚିତ୍ରଟିଏ । ମାଟି ପିଣ୍ଡୁଳାଟିଏରେ ଗଢି ଦିଅନ୍ତି ମୂର୍ତ୍ତି । ନିର୍ଜୀବ ପଦାର୍ଥରେ ସୃଷ୍ଟି କରିଛନ୍ତି ଅନେକ ସଜୀବ କଳାକୃତି । ଏହା ହେଉଛି ଚିତ୍ରକଳାର ଅଦ୍ବିତୀୟ କାରିଗର ହରେକୃଷ୍ଣ ମହାରଣାଙ୍କ କାହାଣୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ହରେକୃଷ୍ଣଙ୍କ ଜନ୍ମ ୧୯୫୫ ମସିହା କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅଳତୀ ଗ୍ରାମରେ । ପିତା ଫକୀର ଚରଣ ମହାରଣା ଓ ମାତା ସୁକାନ୍ତିଙ୍କର ସେ ଜଣେ ସୁଯୋଗ୍ୟ ସନ୍ତାନ । ମାତ୍ର ୧୫ ବର୍ଷ ବୟସରେ ସେ ବାପ ଛେଉଣ୍ଡ ହୋଇଯାଇଥିଲେ । ପିଲାଟି ବେଳୁ ୨ ଭାଇ ଓ ଭଉଣୀଙ୍କ ଭରଣପୋଷଣ ଦାୟିତ୍ୱ ତାଙ୍କ ଉପରେ ପଡିଥିଲା । ନିଜ ପାଠ ପଢିନଥିଲେ କିନ୍ତୁ ଭାଇ ଭଉଣୀଙ୍କୁ ମଣିଷ କରିଥିଲେ ।

ଅର୍ଥାଭାବ ହରେକୃଷ୍ଣଙ୍କ ପଠାପଢାରେ ସାଜିଥିଲା ବାଧକ । କିନ୍ତୁ ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଥିଲା ଦାରିଦ୍ର୍ୟ । କଳା ପ୍ରତି ପ୍ରଗାଢ ନିଷ୍ଠା ଦେଇଥିଲା ନୂଆ ପରିଚୟ । କଠୋର ଅଧ୍ୟବସାୟ ଆଣିଥିଲା ଅନେକ ସମ୍ମାନ । ତୁଳସୀ ଦୁଇପତ୍ରରୁ ବାସିବା ପରି ୬ଷ୍ଠ ଶ୍ରେଣୀରୁ ସେ ମାଟିରେ ମୂର୍ତ୍ତି ତିଆରି ଆରମ୍ଭ କରିଥିଲେ ।

ପୁରୀ ହରିହରାନନ୍ଦ ଗୁରୁକୂଳ ଆଶ୍ରମ ହେଉ କିମ୍ବା ଘଟଗାଁର ପ୍ରସିଦ୍ଧ ମାଆ ତାରିଣୀ ମନ୍ଦିର, ୧୫ଟି ଜିଲ୍ଲାରେ ତାଙ୍କ କଳା ରହିଛି ଆଦର । ମାଟି, ସିମେଣ୍ଟ, ଫାଇବର ପରି ନିର୍ଜୀବ ପଦାର୍ଥରେ ସେ ସୃଷ୍ଟି କରିଛନ୍ତି ଅନେକ ସଜୀବ କଳାକୃତି । ମୂର୍ତ୍ତି ତିଆରି, ଷ୍ଟୁଡିଓ ସିନେରୀ, ଅପେରା ପାର୍ଟି ଦ୍ୱିତୀୟ ମଞ୍ଚର ସାଜସଜ୍ଜା, ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଆଦିରେ ସେ ପାରଦର୍ଶିତା ହାସଲ କରିଛନ୍ତି ।

50 ବର୍ଷ ହେଲା ହରେକୃଷ୍ଣଙ୍କୁ ସବୁ କାମରେ ଆଗ ଖୋଜାପଡେ । ନିଜ ଭଦ୍ର ବ୍ୟବହାର ପାଇଁ ସେ ଜିଲ୍ଲାରେ ପରିଚିତ । ଜିଲ୍ଲାର କାରିଗରୀ କ୍ଷେତ୍ରରେ ସେ ଜଣେ ଅସାଧାରଣ ପ୍ରତିଭା । ନା କୌଣସି ତାଲିମ ନେଇଥିଲେ । ନା ଥିଲା ସ୍ବତନ୍ତ୍ର ପ୍ରଶିକ୍ଷଣ । ହେଲେ ଦୃଢ ଇଚ୍ଛାଶକ୍ତି ଦେଇଛି ଅପାର ସଫଳତା । ଆଜିର କର୍ମକୁଣ୍ଠ ଯୁବପିଢିଙ୍କ ପାଇଁ ହରେକୃଷ୍ଣ ଏକ ଜ୍ବଳନ୍ତ ଉଦାହରଣ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ଆସନ୍ତା 13 ଆଉ 14 ମାର୍ଚ୍ଚ ରେ ହୋଇପରେ ବର୍ଷା।

 ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଦିନକୁ ଦିନ ଗରମ ବଢିବାରେ ଲାଗିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ2 ରୁ 3 ଡିଗ୍ରୀ ପାରଦ ବଢିବ ବୋଲି ପାଣିପାଗ ବିଭାଗର ସୂଚନା ରହିଛି । ଗତ 24 ଘଣ୍ଟା ମଧ୍ୟରେ ମାଲକାନଗିରି 37 ଡିଗ୍ରୀ ସହିତ ରାଜ୍ୟର ସର୍ବାଧିକ ଉତପ୍ତ ସହର ରହିଥିବା ବେଳେ ଟିଟିଲାଗଡ଼ରେ 34 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । 
ଅନୁଗୋଳରେ 35 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବର, ସମ୍ବଲପୁର ଓ ସୁନ୍ଦରଗଡ଼ରେ 33 ଡିଗ୍ରୀ, ବଲାଙ୍ଗୀରରେ 33.8 ଡିଗ୍ରୀ, କଟକରେ 32 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ରାଜ୍ୟରେ ପଶ୍ଚିମା ପବନ ବୋହିବା ଫଳରେ ତାପମାତ୍ରା ବଢୁଥିବାର ପାଣିପାଗ ବିଭାଗ ସୂଚନା ଦେଇଛି।  କିନ୍ତି ଆସନ୍ତା 13 ଆଉ 14 ମାର୍ଚ୍ଚ ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଓଡ଼ିଶାରେ ସାମାନ୍ୟ ରୁ ମଧ୍ୟମ  ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି ବୋଲି  ଭୁବନେଶ୍ୱରପଣିପାଗ ବିଭାଗ ପୂର୍ବାନୁମାନ କରିଛି।

 ବାଇଟ ରମେଶ କୁମାର ନାୟକ, 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.