କେନ୍ଦୁଝର: ନିଶା ପରିବାର ଉଜାଡି ଦିଏ । ନିଶାରେ ଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇଥାଏ । ଆଗପଛ କିଛି ନ ଭାବି ଘଟାଇଥାଏ ଉନ୍ମତ୍ତ କାଣ୍ଡ । ଏପରି କିଛି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରେ । ନିଶାସକ୍ତ ହୋଇ ମାଆକୁ ଇଟାରେ ଛେଚି ହତ୍ୟା କରିଛି ପୁଅ ।
ସୂଚନାଅନୁସାରେ,ବଡ଼ବିଲ ପୌରାଞ୍ଚଳ 9ନମ୍ବର ୱାର୍ଡ ଗାଁଢା ହଟିଂରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅମାନୁଷିକ ହତ୍ୟାକାଣ୍ଡ। ପୁଅ କିଶୋର ମୁଣ୍ଡା ମଦ ପିଇ 55 ବର୍ଷୀୟା ମାଆ ସୋମବାରୀ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିଥିବା ଜଣାପଡିଛି ।