ETV Bharat / state

ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ଅବ୍ୟବସ୍ଥା, ମନ୍ତ୍ରୀକୁ ଭେଟିଲେ ପୁରାତନ ଛାତ୍ର - MAA MANIKESHWARI UNIVERSITY

ସମସ୍ୟା ଘେରରେ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ । ଅସନ୍ତୋଷ ପ୍ରକାଶ କଲା ପୁରାତନ ଛାତ୍ର ସଂଘ ।

ମାଳମାଳ ସମସ୍ୟା ଘେରରେ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ
ମାଳମାଳ ସମସ୍ୟା ଘେରରେ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (ETV Bharat Odisha)
author img

By ETV Bharat Odisha Team

Published : Nov 16, 2024, 6:32 PM IST

ଭବାନୀପାଟଣା: ମାଳମାଳ ସମସ୍ୟା ଘେରରେ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ । ବହୁ ବାଦ ବିବାଦ ପରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟରୁ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ନାମରେ ନାମିତ ହୋଇଥିଲେ ମଧ୍ୟ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପୁରାତନ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ପୁରାତନ ଛାତ୍ର ସଂଘ ।

ସମସ୍ୟା ଘେରରେ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ !

ମାଳମାଳ ସମସ୍ୟା ଘେରରେ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ
ମାଳମାଳ ସମସ୍ୟା ଘେରରେ ମା' ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (ETV Bharat Odisha)

୨୦୧୯ ମସିହାରେ ଏହି ଶିକ୍ଷାନୁଷ୍ଠାନ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଥିଲା । କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୫୦ଟି କଲେଜ ଅନୁବନ୍ଧିତ ହୋଇଥ‌ିବା ଏହି ବିଶ୍ୱବିଦ୍ୟାଳୟଟି ଏବେ ନାନା ସମସ୍ୟା ଦେଇ ଗତିକରୁଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବେପରୁଆ ଏବଂ ସଂକୀର୍ଣ୍ଣ ମନୋଭାବ ଏହାର କୃତି ଓ କୃତିତ୍ଵ ହ୍ରାସ କରିବା ସହିତ ମର୍ଯ୍ୟାଦାକୁ ହାନୀ କରୁଥିବା ପୁରାତନ ଛାତ୍ର ସମୂହ ଅଭିଯୋଗ କରିଛନ୍ତି । ବିଶ୍ୱବିଦ୍ୟାଳୟର ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ରହିବା, ୟୁଜିସି ନିୟମ ଅନୁସାରେ ସଠିକ୍ ସମୟରେ ପରୀକ୍ଷା ନହେବା ଏବଂ ଫଳାଫଳ ପ୍ରକାଶରେ ବିଳମ୍ବ ଘଟିବା,ପରୀକ୍ଷା ନିୟନ୍ତ୍ରଣ ବିଭାଗର ବେପରୁଆ ମନୋଭାବ ସହ ଛାତ୍ରଛାତ୍ରୀ ପ୍ରତି କଠୋର ବ୍ୟବହାର କରାଯାଉଥିବା ଅଭିଯୋଗ କରିଛି ପୁରାତନ ଛାତ୍ର ସଂଘ ।

ସଂଙ୍ଗୀନ ଅଭିଯୋଗ ଆଣିଲା ପୁରାତନ ଛାତ୍ର ସଂଘ :

ସେହିପରି ୟୁଜିସି ନିୟମ ଅନୁଯାୟୀ ଅନେକ କମିଟି ଯଥା ଏକାଡେମୀ କାଉନସିଲ, ଆଇସିସି, ରିସର୍ଚ୍ଚ ଆଡଭାଇଜରୀ କମିଟି, ଆଇକ୍ୟୁଏସି କମିଟିର ଗଠନ ସଠିକ ଭାବରେ ହୋଇ ପାରିନାହିଁ । ଏପରିକି ରାଗିଂ ରୋକିବା ପାଇଁ ବିଶ୍ଵବିଦ୍ୟାଳୟରେ ତରଫରୁ ଅଧିକାଂଶ ଅନୁବନ୍ଧିତ କଲେଜ ମାନଙ୍କରେ ଆଣ୍ଟିରାଗିଂ ସେଲ ମଧ୍ୟ ଗଠନ କରାଯାଇନାହିଁ । ଅନ୍ୟପଟେ ହଷ୍ଟେଲ ମେସରେ ନଖାଇଲେ ମଧ୍ୟ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଠାରୁ ସମସ୍ତ ମେସ ଖର୍ଚ୍ଚ ବାଧ୍ୟ ବାଧକତାରେ ନିଆଯାଉଥ‌ିବା ଅଭିଯୋଗ କରିଛନ୍ତି ପୁରାତନ ଛାତ୍ର ସଂଘର ସଦସ୍ୟ ଅଭିନାସ ଠାକୁର । ଏହି ସମ୍ପର୍କରେ ମୁହଁ ଖୋଲିଲେ ପିଲାଙ୍କୁ ଧମକ ଚମକ ଦିଆଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ।ଏସବୁ ବ୍ୟତିକ୍ରମ ପାଇଁ କୁଳପତିକୁ ହିଁ ଦାୟୀ କରିଛି ପୁରାତନ ଛାତ୍ର ସଂଘ ।

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର:

କୁଳପତି କୌଣସି କାରଣରୁ ମାର୍ଚ୍ଚ ମାସରୁ ବିଶ୍ୱବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି । ସବୁ ଫାଇଲ ତାଙ୍କ ପାଖକୁ ଭୁବନେଶ୍ଵର ନିଆଯାଉଥିଲା । ହେଲେ ଏବେ କୌଣସି କାରଣରୁ ପିଜି କାଉନସିଲ ଅଧ୍ୟକ୍ଷ ଡଃ ନିବେଦିତା ନାଥଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ସରକାର ଦାୟିତ୍ୱ ଦେଇଛନ୍ତି । ଏଣୁ ନୂତନ ସ୍ଥାୟୀ କୁଳପତି ନିଯୁକ୍ତି ସହିତ ବିଶ୍ଵବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ତଥା ପରୀକ୍ଷା ନିୟନ୍ତ୍ରଣ ବିଭାଗକୁ ପୁନର୍ଗଠନ କରି ବିଶ୍ୱବିଦ୍ୟାଳୟରେ ଅମୂଳଚୂଳ ପରିବର୍ତ୍ତନ କରିବାକୁ ପୁରାତନ ଛାତ୍ର ସଂଘ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ।

ଏହା ମଧ୍ୟ ପଢନ୍ତୁ ...ଦେଶ ନିର୍ମାଣରେ ବିଦ୍ୟାର୍ଥୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢନ୍ତୁ ...ଫେବୃଆରୀ 21ରୁ ମାଟ୍ରିକ ପରୀକ୍ଷା, କେଉଁ ଦିନ କେଉଁ ବିଷୟ ? ଜାଣନ୍ତୁ

ଏହା ମଧ୍ୟ ପଢନ୍ତୁ ...ସମସ୍ୟା ଘେରରେ ନୀଳମାଧବ ଜୀଉ ସରକାରୀ ବିଦ୍ୟାଳୟ

ଏମିତି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ:

ଏନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ କହିଛନ୍ତି,"କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଥଲା । ତାହାର ନାମ କରଣକୁ ନେଇ ଯାହା ଦ୍ଵାରା ୟୁଜିସିରେ ଅସୁବିଧା ଦେଖାଯାଇଥିଲା । ଗତ ସରକାରରେ କ'ଣ କରାଯାଇଥିଲା ,ତାହା ଆଲୋଚନା କରିବାର ନାହିଁ । ନାମ ପରିବର୍ତ୍ତନ ହେଲା ପରେ ୟୁଜିସିର ସମ୍ପୂର୍ଣ୍ଣ ମାନ୍ୟତା ପାଇଁ ଆମେ ବ୍ୟବସ୍ଥା କରିବୁ । ଆମେ କମ ଦିନଭିତର ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ଆଇନରେ ପରିଣତ କରିବାକୁ ଯାଉଛୁ । ଯାହାଫଳରେ ଭିସି ଚୟନ ପ୍ରକ୍ରିୟା ଆହୁରି ସୁବିଧା ହୋଇପାରିବ । "

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.