ETV Bharat / state

ବ୍ୟାଙ୍କରୁ ଚୋରି ଉଦ୍ୟମ, ସିସିଟିଭି ଲଗାଇବାକୁ ସ୍ଥାନୀୟ ଲୋକଙ୍କ ଦାବି - ଆନନ୍ଦପୁର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଚୋରି ଉଦ୍ୟମ

ଆନନ୍ଦପୁର ଥାନା ଅନ୍ତର୍ଗତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଗ୍ରୀଲ କାଟି ଚୋରି ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ହେଲେ କୌଣସି ଜିନିଷ ଚୋରି କରିବାରେ ସକ୍ଷମ ହୋଇ ନଥିଲେ । ଆଜି ଡ୍ୟୁଟି ସମୟରେ ବ୍ୟାଙ୍କ ମ୍ୟାନେଜର ପହଁଚି ଗ୍ରୀଲ କଟା ହୋଇଥିବା ଦେଖିବାରୁ ଆନନ୍ଦପୁର ପୋଲିସକୁ ଖବର ଦେଇଥିଲେ । ଅଧିକ ପଢନ୍ତୁ..

ଆନନ୍ଦପୁର ଥାନା ଅନ୍ତର୍ଗତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଚୋରି ଉଦ୍ୟମ

author img

By

Published : Sep 9, 2020, 1:35 PM IST

କେନ୍ଦୁଝର: ଚୋରଙ୍କ ଚୋରି ଉଦ୍ୟମ ପଣ୍ଡ । ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଥାନା ଅନ୍ତର୍ଗତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଗ୍ରୀଲ କାଟି କେହି ଦୁର୍ବୃତ୍ତ ଚୋରି ଉଦ୍ୟମ କରିଥିଲେ । ହେଲେ କୌଣସି ଜିନିଷ ଚୋରି କରିବାରେ ସକ୍ଷମ ହୋଇ ନଥିଲେ । ଆଜି ଡ୍ୟୁଟି ସମୟରେ ବ୍ୟାଙ୍କ ମ୍ୟାନେଜର ପହଁଚି ଗ୍ରୀଲ କଟା ହୋଇଥିବା ଦେଖିବାରୁ ଆନନ୍ଦପୁର ପୋଲିସକୁ ଖବର ଦେଇଥିଲେ ।

ବ୍ୟାଙ୍କରୁ ଚୋରି ଉଦ୍ୟମ, ବ୍ୟାଙ୍କ ବାହାରେ ସିସିଟିଭି ଲଗାଇବାକୁ ସ୍ଥାନୀୟ ଲୋକଙ୍କ ଦାବି

ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଟଙ୍କା କିମ୍ବା ସୁନା ଚୋରି ହୋଇନି ବୋଲି ଥାନା ଅଧିକାରୀ ସ୍ପଷ୍ଟ କରିଥିବା ବେଳେ ପୂର୍ବରୁ ମଧ୍ୟ ଏହି ବ୍ୟାଙ୍କରେ ଦିନ ଦ୍ବିପ୍ରହରରେ ଲୁଟ ହୋଇଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବ୍ୟାଙ୍କ ବାହାରେ ସିସି କ୍ୟାମେରା ଲଗେଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.