ଆନନ୍ଦପୁର: ପ୍ରଳୟଙ୍କରୀ ବାତ୍ୟା ଫନିକୁ 10 ଦିନ ପୂରିଲାଣି । ହେଲେ ଏବେ ବି ଅନେକ ଅଞ୍ଚଳ ଅଛି, ଯେଉଁଠି ଚୁଲି ଜଳିନି । ଏଭଳି ଅବସ୍ଥାରେ ସେସବୁ ଅଞ୍ଚଳରେ ସରକାରୀ କିମ୍ବା ପ୍ରଶାସନିକ ସହାୟତା ପହଞ୍ଚିପାରିନଥିବା ଅଭିଯୋଗ ହୋଇଛି । ବାତ୍ୟା ପ୍ରଭାବିତ ଭୁବେନଶ୍ବର ଓ ପୁରୀର ଏପରି କିଛି ଅଞ୍ଚଳରେ ରିଲିଫ ସାମଗ୍ରୀ ପହଞ୍ଚାଇବାର ନିଆରା ପ୍ରଚେଷ୍ଟା ଆରମ୍ଭ କରିଛନ୍ତି କେନ୍ଦୁଝର ଜିଲ୍ଲାର କିଛି ଯୁବକ ।
ରାଉରକେଲା ଏନଆଇଟିର ଜଣେ ପ୍ରଫେସର ଓ ଢେଙ୍କିକୋଟ ଅଞ୍ଚଳର କିଛି ଯୁବକ ରିଲିଫି ସାମଗ୍ରୀ ବଣ୍ଟନ ଉଦ୍ଦେଶ୍ୟରେ ଆଜି ଯାତ୍ରାରମ୍ଭ କରିଛନ୍ତି । ଏମାନେ ବାତ୍ୟା ଅଞ୍ଚଳକୁ ଯାଇ ଲୋକଙ୍କୁ ଚାଉଳ, ଡାଲି, ଚୁଡା, ଆଳୁ, ପନିପରିବା ଆଦି
ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ