ETV Bharat / state

କଲମ ଧରିବା ବୟସରେ କଅଁଳ କାନ୍ଧରେ ସଂସାର ବୋଝ, ସରକାରୀ ସାହାଯ୍ୟ ଅପେକ୍ଷାରେ 3 ଶିଶୁ

author img

By

Published : Aug 14, 2020, 6:00 PM IST

ଦିନେ ଏମାନଙ୍କ ଆଖିରେ ଥିଲା ଆଖିଏ ସ୍ବପ୍ନ । ପାଠ ସାଠ ପଢି ବଡ଼ ମଣିଷ ହେବେ । ଆଜି କିନ୍ତୁ ସେଇ ଆଖିରେ ଅଛି ଅସହାୟତା, ଦୁଇମୁଠା ଖାଦ୍ୟ ଯୋଗାଡ଼ କରିବାର ଚିନ୍ତା । ଏ ହୃଦୟ ବିଦାରକ ଦୃଶ୍ୟ ହେଉଛି ଆନନ୍ଦପୁର ବ୍ଲକ ସୁନ୍ଦୁରିଆ ଗ୍ରାମର ସ୍ବର୍ଗତଃ କାହ୍ନୁଚରଣ ପିଙ୍ଗୁଆଙ୍କ ଘରର । ଯେଉଁଠି ଏବେ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି 3 ନିଷ୍ପାପ ଶିଶୁ । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ...

ପାଠପଢା ବୟସରେ କୋମଳ କାନ୍ଧ ନେଇଛି ସଂସାର ଦାୟିତ୍ବ, ଅପେକ୍ଷା ସରକାରୀ ସାହାଯ୍ୟ

ଆନନ୍ଦପୁର: ଦିନେ ଏମାନଙ୍କ ଆଖିରେ ଥିଲା ଆଖିଏ ସ୍ବପ୍ନ । ପାଠ ପଢି ବଡ଼ ମଣିଷ ହେବେ । ଆଜି କିନ୍ତୁ ସେଇ ଆଖିରେ ଅଛି ଅସହାୟତା, ଦୁଇମୁଠା ଖାଦ୍ୟ ଯୋଗାଡ଼ କରିବାର ଚିନ୍ତା । ଖାଦ୍ୟ ପାଇଁ ସାହି ପଡିଶା ଲୋକଙ୍କ ଉପରେ ଏମାନେ ନିର୍ଭର କରୁଥିବା ବେଳେ ପାଠପଢା କଥା କିଏ ପଚାରେ ? 5 ବର୍ଷ ତଳେ ମା’ ଆରପାରିକୁ ଚାଲିଯାଇଥିବା ବେଳେ କିଛି ଦିନ ତଳେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ବାପା । ଏ ହୃଦୟ ବିଦାରକ ଦୃଶ୍ୟ ହେଉଛି ଆନନ୍ଦପୁର ବ୍ଲକ ସୁନ୍ଦୁରିଆ ଗ୍ରାମର ସ୍ବର୍ଗତଃ କାହ୍ନୁଚରଣ ପିଙ୍ଗୁଆଙ୍କ ଘରର । ଯେଉଁଠି ଏବେ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି 3 ନିଷ୍ପାପ ଶିଶୁ ।

ସୁନ୍ଦୁରିଆ ଗାଁର କାହ୍ନୁ ଚରଣ ପିଙ୍ଗୁଆ ନିଜ ପିଲାଙ୍କୁ ଅତି ସ୍ନେହ ଓ ଆଦରରେ ରଖିଥିଲେ । ସ୍ତ୍ରୀ ମେତର ଦେହାନ୍ତ ପରେ ପେଶାରେ ଡ୍ରାଇଭର କାହ୍ନୁ ପିଲାଙ୍କ ପାଇଁ ନିଜ ବୃତ୍ତିକୁ ଛାଡି ପିଲାଙ୍କ ପାଖରେ ରହି ମୁଲ ମଜୁରୀ କରୁଥିଲେ । ଆଉ ପିଲାଙ୍କ ଲାଳନପାଳନ ଓ ପାଠପଢା କୌଣସିଥିରେ ଉଣା କରିନଥିଲେ । ହେଲେ ତାଙ୍କ ଦେହାନ୍ତ ପରେ ତିନି ପିଲାଙ୍କ ପାଇଁ ପାଠପଢା ତ ଦୂରର କଥ।, ପେଟକୁ ଦିଓଳି ମୁଠାଏ ଦାନା ମିଳିବା ମଧ୍ୟ ଏକ ପ୍ରକାର ମୁସ୍କିଲ ହୋଇଯାଇଛି । ରାସନ କାର୍ଡରେ ମିଳିଥିବା ୨୫ କିଲୋ ଚାଉଳକୁ ନେଇ ଜଗିରଖି ଚଳୁଛନ୍ତି ୩ ଭାଇ ଭଉଣୀ । ସାହି ପଡିଶା କିଛି ଦେଲେ ତ ଭଲ, ନହେଲେ ଶାଗ ପଖାଳରେ ଭୋକ ମେଣ୍ଟାଉଛନ୍ତି ।

ସ୍ବର୍ଗତ କାହ୍ନଚରଣଙ୍କ ବଡ ପୁଅର ବୟସ ୧୩ ବର୍ଷ । ଗାଁ ସ୍କୁଲରେ ପାଠ ପଢୁଥିଲ। । ମୃତ୍ୟୁ ପୂର୍ବରୁ ବାପା ଘରପାଖ ଖେତରେ ଧାନ ଫସଲ କରିଥିଲେ । ତେବେ ଖେତ କାମ ଆରମ୍ଭ ନହେଉଣୁ ଚାଲିଗଲେ । ପିଲାଙ୍କ ଦୁର୍ଦ୍ଦଶା ଦେଖି ଏ ବର୍ଷର ଚାଷ କାମରେ ପଡିଶା ଲୋକେ ସାହାଯ୍ୟ କରୁଛନ୍ତି । ୯ ବର୍ଷର ମଝିଆଁ ଝିଅ ସୋମବାରୀ ମଧ୍ୟ ୪ର୍ଥ ଶ୍ରେଣୀରେ ପଢେ । ଏବେ ସେ ଘରର ରୋଷେଇ ଦାୟିତ୍ବ ସମ୍ଭାଳୁଛି । ସାନ ପୁଅ ମାନସିଂ ବୟସ ୭ ବର୍ଷ, ଆଉ ସେ ତା' ବଡ ଭଉଣୀକୁ ରୋଷେଇରେ ସହଯୋଗ କରୁଛି । ବାପାଙ୍କ ମୃତ୍ୟୁ ପରେ ଏମାନଙ୍କର ବଦଳିଯାଇଛି ଜୀବନ । ତେବେ ଆଗକୁ ଏମାନଙ୍କ ଭବିଷ୍ୟତ କଣ ତାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ମା-ବାପା ଛେଉଣ୍ଡ ପିଲାଙ୍କୁ ପ୍ରଶାସନିକ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅସହାୟ ଅନାଥ ଏହି ତିନି ଭାଇ ଭଉଣୀଙ୍କ ଭବିଷ୍ୟତ ବିଷୟ ନେଇ ଆନନ୍ଦପୁର ବିଡିଓଙ୍କୁ ଆମେ ଭେଟିଥିଲୁ । ଲକଡାଉନ କଟକଣା ପରେ ସେମାନଙ୍କୁ ଆବାସିକ ବିଦ୍ୟାଳୟରେ ଭର୍ତ୍ତି କରି ସେମାନଙ୍କ ପାଠପଢା ଦାୟିତ୍ବ ପ୍ରଶାସନ ହାତକୁ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ବିଡିଓ । ଏଥିସହ ପରିବାରର ନିର୍ମାଣାଧିନ ସରକାରୀ ଆବାସ ପାଇଁ ମଧ୍ୟ ସହାୟତାର ପ୍ରତିଶୃତି ବିଡିଓଙ୍କ ଠାରୁ ମିଳିଛି । ତେବେ କୋରୋନା କଟକଣା ଭିତରେ ଏବେ ସାହାଯ୍ୟକୁ ଚାହିଁ ବସିଛନ୍ତି ଏହି କୁନି କୁନି ଆଖି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.