ETV Bharat / state

ମହିଳାଙ୍କୁ ସହାୟତା ପାଇଁ ବିଳମ୍ବିତ ରାତିରେ ଧାରଣାରେ ବସିଲେ ସ୍ବେଚ୍ଛାସେବୀ - ମା'କୁ ସହାୟତା

ସ୍ବେଚ୍ଛାସେବୀଙ୍କ ସହାୟତା ପାଇଁ ପୁଅର ଶେଷ ଦର୍ଶନ କରିପାରିଲା ଦୁଃଖିନି ମା’ ଚିନା । ଅଧିକ ପଢନ୍ତୁ...

ମୃତକର ମା'କୁ ସହାୟତା ପାଇଁ ବିଳମ୍ବିତ ରାତିରେ ଧାରଣାରେ ବସିଲେ ସ୍ବେଚ୍ଛାସେବୀ

author img

By

Published : Apr 7, 2021, 11:42 AM IST

କେନ୍ଦୁଝର: ପ୍ରଥମେ ସ୍ବାମୀ ଆଉ ଏବେ ଏକ ମାତ୍ର ରୋଜଗାର ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ତେଲକୋଇ ବ୍ଲକ ଶିଙ୍ଗୁଳାବାହାଳି ଗାଁର ସ୍ବର୍ଗତଃ ଧନେଶ୍ଵର ନାୟକଙ୍କ ପତ୍ନୀ ଚିନା । ସୂଚନାମୁତାବକ, ୨ ବର୍ଷ ତଳେ ପୁଅ ମନୋଜ ନାୟକ ଦାଦନ ଖଟିବାକୁ କର୍ଣ୍ଣାଟକର ବେଙ୍ଗାଲୁରୁ ଯାଇଥିଲା । ହେଲେ ୨ ଦିନ ପୂର୍ବେ ପୁଅ ମନୋଜର ମୃତ୍ୟୁ ହୋଇଥିବା ସମ୍ପର୍କରେ ଫୋନ ଯୋଗେ ଜଣାଇବା ସହ ପୁଅର ମୃତଦେହ ପାଇବାକୁ ହେଲେ ୭୦ ହଜାର ଟଙ୍କା ଦାବି କରାଯାଇଥିଲା । ତେବେ ଏକମାତ୍ର ରୋଜଗାରକ୍ଷମ ପୁଅର ସନ୍ଦେହଜନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ପୁଅର ମୃତଦେହ ଫେରିପାଇବା ପାଇଁ ୪୦ ହଜାର ଟଙ୍କା ଯୋଗାଡ କରି ପଠାଇଥିଲେ ମାଆ ଚିନା ।

ମୃତକର ମା'କୁ ସହାୟତା ପାଇଁ ବିଳମ୍ବିତ ରାତିରେ ଧାରଣାରେ ବସିଲେ ସ୍ବେଚ୍ଛାସେବୀ

ତେବେ ମୃତଦେହ ହସ୍ତାନ୍ତର ସମୟରେ ଅବଶିଷ୍ଟ ୩୦ ହଜାର ଟଙ୍କା ଦେବାକୁ ପଡିବ ବୋଲି ଦାବି କରିବାରୁ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ଚିନାଙ୍କୁ ସମାଜସେବୀ ମହାମାୟା ସହଯୋଗର ହାତ ବଢ଼ାଇଛନ୍ତି । ଚିନା ଓ ତାଙ୍କ ପରିବାର ସଦସ୍ୟଙ୍କୁ ସଙ୍ଗରେ ଧରି କେନ୍ଦୁଝରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସହାୟତା ଲୋଡିଥିଲେ । ବହୁ ସମୟ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଳମ୍ବିତ ରାତିରେ ଧାରଣା ଦେଇଥିଲେ । ଜିଲ୍ଲାପାଳ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ ସହ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ଜିଲ୍ଲା ଶ୍ରମ ଅଧିକାରୀ ତଦନ୍ତ ଆରମ୍ଭ କରି ପଦକ୍ଷେପ ଗ୍ରହଣ ନିମନ୍ତେ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଭରତ ଦାସଙ୍କୁ ଦାୟିତ୍ବ ନ୍ୟସ୍ତ କରିଥିଲେ । ଏହାପରେ ମହାମାୟା ଧାରଣା ଉଠିଛନ୍ତି । ଆଜି ମୃତଦେହକୁ ଧରି ଆମ୍ବୁଲାନ୍ସ ତେଲକୋଇ ଆସିଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.