ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର 16ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ଏହି କଟକଣା ଆସନ୍ତା 8ତାରିଖ ମଧ୍ୟରାତ୍ର ଯାଏ ରହିବ । ହେଲେ,ପୌରାଞ୍ଚଳର 3,5 ଓ 7ନମ୍ବର ୱାର୍ଡରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପ୍ରଶାସନର ଚିନ୍ତା ବଢାଇ ଦେଇଛି ।
ସେପଟେ ହାଟଡିହି ବ୍ଲକ ଛେନାପଦି ଛକକୁ ମଙ୍ଗଳବାର ଠାରୁ 5ଦିନ ଯାଏ ସଟଡାଉନ ଘୋଷଣା କରିଛି ପ୍ରଶାସନ । ଏହି ସମୟ ମଧ୍ୟରେ କେବଳ ତେଜରାତି ଦୋକାନ,ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । ଏନେଇ ସୂଟନା ଦେଇଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ । ହେଲେ, ସଚେତନ ହୋଇ କୋରୋନା କଟକଣା ମାନିବାକୁ ବୁଦ୍ଧିଜୀବି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ଆନନ୍ଦପୁରରୁ ସ୍ମ଼ତି ରଞ୍ଜନ ବିହାରୀ, ଇଟିଭି ଭାରତ