ଆନନ୍ଦପୁର: ବାଲି ଖାଦାନରୁ ବଟି ଆଦାୟ ପଡିଲା ମହଙ୍ଗା । ବେଆଇନ ବାଲି ଖାଦାନରୁ ବଟି ଆଦାୟ କରିବା ଅଭିଯୋଗରେ ନନ୍ଦିପଦା ଥାନାର ଏସଆଇ ଓ କନେଷ୍ଟବଳ ନିଲମ୍ବିତ । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାର ଏସଆଇ ରଣଜିତ ପଟ୍ଟନାୟକ ଓ କନେଷ୍ଟବଳ ଜଗବନ୍ଧୁ ରାଉତଙ୍କୁ ନିଲମ୍ବିତ କରିଛନ୍ତି ଏସପି ମିତ୍ରଭାନୁ ମହାପାତ୍ର ।
ସୂଚନା ଅନୁଯାୟୀ,ନନ୍ଦିପଦା ଥାନା ଅନ୍ତର୍ଗତ ଡିମିରିଆ ଓ ହାବେଳେଶ୍ବର ବାଲିଖାଦାନରୁ ଏହି 2ଜଣ ପୋଲିସ ବଟି ଆଦାୟ କରି ବେଆଇନ ବାଲି ଚାଲାଣକୁ ପ୍ରୋତ୍ସାହନ ଦେଉଥିଲେ । ଏନେଇ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପରେ ଏହି ଦୁଇଜଣଙ୍କୁ ଏସପି ନିଲମ୍ବନ କରିଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ