ETV Bharat / state

କୋରୋନା ସଂକ୍ରମଣ ହ୍ରାସ ନେଇ କେନ୍ଦୁଝରରେ ସଟଡାଉନ କଡାକଡି

ଜିଲ୍ଲାରେ କୋରୋନା ସଂକ୍ରମଣ ରୋକିବା ନେଇ ପ୍ରଶାସନ ପକ୍ଷରୁ ସଟଡାଉନକୁ କଡାକଡି କରାଯାଇଛି । ଅଗଷ୍ଟ ମାସରେ ମଧ୍ୟ ସପ୍ତାହର ଶେଷ 2 ଦିନ ଜାରି ରହିଛି ଲକଡାଉନ । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ ହ୍ରାସ ନେଇ କେନ୍ଦୁଝରରେ ସଟଡାଉନ କଡାକଡି
କୋରୋନା ସଂକ୍ରମଣ ହ୍ରାସ ନେଇ କେନ୍ଦୁଝରରେ ସଟଡାଉନ କଡାକଡି
author img

By

Published : Aug 9, 2020, 10:32 AM IST

କେନ୍ଦୁଝର: କେନ୍ଦ୍ର ସରକାର ଅନଲକ-୨ ଘୋଷଣା କଲା ପରେ ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲାକୁ ଜୋନ-୧ ପରିଧିରେ ରଖିଥିଲେ। ଏହି ଯୋନ ୧ ଘୋଷଣା ପରେ ସପ୍ତାହ କୁ ଦୁଇ ଦିନ ସଟଡାଉନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । ଜୁଲାଇ ମାସ ପରି ଅଗଷ୍ଟ ମାସରେ ମଧ୍ୟ ପ୍ରତି ଶନିବାର ଓ ରବିବାର ଜିଲ୍ଲାରେ ଏହି ସଟଡାଉନ ଲାଗୁ ହେବ ବୋଲି ପ୍ରଶାସନ ଘୋଷଣା କରିଥିଲା । ଆଜି ଏହି ସଟଡାଉନର ମାସର ଦ୍ୱିତୀୟ ରବିବାର ।

ସଟଡାଉନରେ ଜିଲ୍ଲାର ପ୍ରତି ଛକ, ଗଳିରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତ୍ୟାବଶ୍ୟକ ଦୋକାନ, ଗାଡି ଚଳାଚଳ ବ୍ୟତୀତ ଅନ୍ୟସବୁ ବନ୍ଦ ରହିଛି । ଜିଲ୍ଲାରେ ଏକ ହଜାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାର କରିଥିବା ବେଳେ 4 ଜଣଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ଟିଏମସିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ସ୍ଥାନୀୟ ଆକ୍ରାନ୍ତ ପ୍ରଶାସନର ଚିନ୍ତା ବଢାଇଛି ।

କୋରୋନା ସଂକ୍ରମଣ ହ୍ରାସ ନେଇ କେନ୍ଦୁଝରରେ ସଟଡାଉନ କଡାକଡି

ଜିଲ୍ଲାର ବଡ଼ବିଲ ପରେ ଆନନ୍ଦପୁର ପୌରପାଳିକାରେ ସ୍ଥାନୀୟ ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ନେଇ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ କରିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ମାସ ଶେଷ ପର୍ଯ୍ୟନ୍ତ ଏହି ସଟଡାଉନକୁ କଡାକଡି କରାଯିବ ବୋଲି ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.