ETV Bharat / state

ଗୋରୁ ଚୋରାଚାଲାଣ ବେଳେ ଶାଳଣିଆ ବଜରଙ୍ଗ ଦଳର ଚଢାଉ - ବେଆଇନ ଗୋରୁ ଚୋରା ଚାଲାଣ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗେଡମା ନିକଟରୁ ଗୋରୁ ଚୋରା ଚାଲାଣ ସମୟରେ ଶାଳଣିଆ ବଜରଙ୍ଗ ଦଳର ସଦସ୍ୟମାନେ ଗାଡି ଅଟକାଇ ପୋଲିସର ଜିମା ଦେଇଛନ୍ତି । ଅଧିକ ପଢନ୍ତୁ...

Shalia Bajrang's team raided while smuggling cattle
ବେଆଇନ ଗୋରୁ ଚୋରା ଚାଲାଣ ବେଳେ ଶାଳଣିଆ ବଜରଙ୍ଗ ଦଳର ଚଢାଉ
author img

By

Published : Sep 29, 2020, 1:14 PM IST

ଆନନ୍ଦପୁର: ଗୋରୁ ଚୋରା ଚାଲାଣ ଏବଂ ସେମାନଙ୍କ ଚମଡ଼ା ବିକ୍ରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗେଡମା ନିକଟରୁ ଗୋରୁ ଚୋରା ଚାଲାଣ ହେଉଥିବା ସମୟରେ ଶାଳଣିଆ ବଜରଙ୍ଗ ଦଳର ସଦସ୍ୟମାନେ ଗାଡି ଅଟକାଇ ପୋଲିସର ଜିମା ଦେଇଛନ୍ତି । ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିଥିଲା ।

ବେଆଇନ ଗୋରୁ ଚୋରା ଚାଲାଣ ବେଳେ ଶାଳଣିଆ ବଜରଙ୍ଗ ଦଳର ଚଢାଉ

ସୂଚନା ଅନୁଯାୟୀ, ଏକ ପିକ-ଅପ ଭ୍ୟାନରେ 11ଟି ଗୋରୁ ଚୋରା ଚାଲାଣ ହେଉଥିବା ଖବର ପାଇ ଶାଳଣିଆ ବଜରଙ୍ଗ ଦଳର ସଦସ୍ୟମାନେ ଗେଡମା ନିକଟରେ ଗାଡି ଅଟକାଇଥିଲେ । ଏହାପରେ ସେମାନେ ଗୋରୁମାନଙ୍କୁ ଗାଡିରୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ ।

ଦିନକୁ ଦିନ ଏପରି ବେଆଇନ ଗୋଚାଲାଣ ବଢୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଚିନ୍ତାବ୍ୟକ୍ତ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.