ETV Bharat / state

ଅଧାରେ ରହିଗଲା ଘର ବାହୁଡା, ଅଟୋ-ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କାରେ ୪ ମୃତ

ଅଧାରେ ରହିଗଲା ଘର ବାହୁଡା । ସୋଲା ବିକି ଘରକୁ ଫେରୁଥିବା ବେଳେ ଅଧାବାଟରେ ଅଟୋକୁ ପିଟିଲା ପିକ ଅପ ଭ୍ୟାନ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Jan 28, 2023, 12:23 PM IST

road accident in keonjhar
road accident in keonjhar
ଅଟୋ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କାରେ ୪ ମୃତ

କେନ୍ଦୁଝର: ପଣ୍ଡାପଡା ଥାନା ଅନ୍ତର୍ଗତ ଉକୁଚାବେଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଉକୁଚାବେଡାରେ ଭାରସାମ୍ୟ ହରାଇ ଅଟୋ ସହ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ।

ଏହା ମଧ୍ୟ ପଢନ୍ତୁ: ମଧ୍ୟପ୍ରଦେଶରେ ସୁଖୋଇ-ମିରାଜ ଏୟାରାକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ସୂଚନାଅନୁସାରେ, ଆଜି ସକାଳୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼କମଣ୍ଡରା ଗ୍ରାମର କିଛି ଲୋକ ସୋଲା ବିକିବାକୁ କେନ୍ଦୁଝର ସହରକୁ ଆସିଥିଲେ । ସୋଲା ଗଛ ବିକି ସାରି କେନ୍ଦୁଝର ସହରରୁ ଗ୍ରାମକୁ ଏକ ଅଟୋ ଯୋଗେ ଫେରୁଥିଲେ । ଫେରିବା ସମୟରେ ସ୍ଥାନୀୟ ଉକୁଚାବେଡାରେ ଏକ ପିକ୍‌-ଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେଇଥିଲା । ଫଳରେ ଘଟଣା ସ୍ଥଳରେ ଅଟୋରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଜଣକର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାରେ ଛଅ ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପଣ୍ଡାପଡା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ: ରାଜସ୍ଥାନରେ ବାୟୁସେନାର ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ, କାରଣ ଅସ୍ପଷ୍ଟ

ଏନେଇ ମୃତକଙ୍କ ପରିବାର ଲୋକ କହିଛନ୍ତି, "ଆମର ସମ୍ପର୍କୀୟ ସୋଲା ବିକ୍ରି କରିବା ପାଇଁ ଯାଇଥିଲେ । ସୋଲା ବିକିସାରି ଅଟୋରେ ଫେରିବା ବେଳେ ଉକୁଚାବେଡା ଠାରେ ପିକଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଅଟୋରେ ୮ ଜଣ ରହିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନେ ସମସ୍ତେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଖବର ପାଇଁ ମୁଁ ଏବେ ହସ୍ପିଟାଲରେ ଆସି ପହଞ୍ଚିଲି । ସମସ୍ତେ ବଡ଼କମଣ୍ଡରା ଗ୍ରାମର ବାସିନ୍ଦା ରହିଥିଲେ । ସୋଲା ଗଛ ବିକି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଗଭୀର ଆଘାତ ଲାଗିଛି । ବିଶେଷ କରି ଗୋଡ ହାତରେ ଅଧିକ ପରିମାଣରେ ଆଘାତ ଲାଗିଛି । ସେମାନେ ସମସ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।"

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.