ETV Bharat / state

ଭାରସାମ୍ୟ ହରାଇ ଗଛରେ ପିଟିହେଲୋ ବୋଲେରୋ, ୨ମୃତ - ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭାରସାମ୍ୟ ହରାଇ ଗଛରେ ପିଟିହେଲୋ ବୋଲେରୋ । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

road accident in keonjhar
road accident in keonjhar
author img

By

Published : May 17, 2023, 11:00 AM IST

road accident in keonjhar

କେନ୍ଦୁଝର: ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାହାଘର ଉତ୍ସବରେ ଯୋଗଦେବା ପାଇଁ ବୋଲେରେ ବାହାରିଥିଲେ ବରଯାତ୍ରୀ ଦଳ । ଭାବିଥିଲେ ବୋଲେରୋରେ ଯାଇ ବାହାଘର ବରଯାତ୍ରୀରେ ବାହାରିବେ । ହେଲେ ଅଧାବାଟରେ ଜଗି ବସିଥିଲା ଜମ । ମୃତ୍ୟୁ କେତେବେଳେ ଆସିବ କାହାକୁ ବା ଜଣା । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଗଛରେ ପିଟିହୋଇ ଚାଲିଗଲା ଦୁଇ ଜୀବନ । ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଏହା ମଧ୍ୟ ପଢନ୍ତୁ: ଏସିଆନ ଚମ୍ପିଆନସିପ ଏବଂ ଏସିଆନ ଗେମ୍ସ ୨୦୨୩ : ଭାରତୀୟ ଟ୍ରାକ ସାଇକଲିଂ ଦଳରେ ଓଡ଼ିଆ ଝିଅ ସ୍ୱସ୍ତି ସିଂ

ସୂଚନାଅନୁସାରେ, ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ କୋଇଡା ଅଞ୍ଚଳରୁ ଏକ ବଲେରୋ ଯୋଗେ ଏକ ବରଯାତ୍ରୀ ଦଳ ଚମ୍ପୁଆ ଦେଇ ଯୋଡ଼ା ଯାଉଥିଲେ । କୌଣସି କାରଣରୁ ବଲେରୋଟି ଏକ ଗଛ ସହ ପିଟି ହୋଇଥିଲା । ଏହି ଦୁର୍ଘଟଣା ଯୋଗୁଁ ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଗୁରୁତରଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଦୁର୍ଘଟଣା ପରେ ବୋଲେରୋର ଆଗ ଭାବ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି । ତେବେ କେଉଁ ଭଳି ପରିସ୍ଥିତିରେ ବୋଲେରୋ ଗଛରେ ପିଟି ହେଲା ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ଚମ୍ପୁଆ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ: G20 CWC Meet: ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ, ସାମିଲ ହେଲେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ

ପ୍ରକାଶଥାଉକି, ଗତ ୧୪ ତାରିଖରେ ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ବୌଦ୍ଧ ଜିଲ୍ଲା ରାଧାନଗର ଗାଁରେ ଜାତୀୟ ରାଜପଥ କଡରେ ଥିବା ଘର ଭିତରେ ପଶିଯାଇଥିଲା କାର । ଘଟଣାସ୍ଥଳରେ ହିଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ଭୁବନେଶ୍ବର ପଟରୁ ବୌଦ୍ଧ ଅଭିମୁଖେ ଆସୁଥିବା ଏକ ଇନୋଭା କାର୍ ଭୋର ପ୍ରାୟ 5ଟା ସମୟରେ ଲୁହୁରାଗାଡିଆ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ରାସ୍ତା କଡରେ ଥିବା ଏକ ଚାଳଘର ଉପରେ କାରଟି କଚାଡି ହୋଇ ପଡିବାରୁ ଘଟଣାସ୍ଥଳରେ ପାନେଶ୍ବରୀ ଧଳ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.