ETV Bharat / state

କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ

କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ସେରୋ ସର୍ଭେ । ଆରଏମଆରସିରୁ ଆସି ପହଞ୍ଚିଥିବା ଦଳକୁ 2ଟି ଟିମରେ ବିଭକ୍ତ କରାଯାଇ ସଂଗ୍ରହ କରାଯାଉଛି ନମୁନା । ଅଧିକ ପଢନ୍ତୁ...

sero survey started in kendujhan on covid19 third phase
କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ
author img

By

Published : Sep 10, 2021, 9:27 PM IST

କେନ୍ଦୁଝର: ଜିଲ୍ଲାରେ ଆଜି ଆରମ୍ଭ ହୋଇଛି ସେରୋ ସର୍ଭେ । ଏହି ସର୍ଭେ ପାଇଁ ଭୁବନେଶ୍ବର ଆରଏମଆରସିରୁ ଆସି ପହଞ୍ଚିଥିବା ଦଳକୁ 2ଟି ଟିମରେ ବିଭକ୍ତ କରାଯାଇଛି । ଗୋଟିଏ ଟିମ୍ ଆନନ୍ଦପୁର ଠାରେ ସର୍ଭେ ପାଇଁ ନିୟୋଜିତ ଥିବା ବେଳେ, ଅନ୍ୟଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟ ଆରମ୍ଭ କରିଛି ।

କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ

ସୂଚନା ଅନୁଯାୟୀ, ଆରଏମଆରସି ଦ୍ବାରା ଆୟୋଜିତ ଏହି ସେରୋଲୋଜିକାଲ୍ ସର୍ଭେ 12ଟି ଜିଲ୍ଲାରେ କରାଯାଉଛି । ଏହି ସର୍ଭେ କାମ 20 ସେପ୍ଟେମ୍ବର ଯାଏ ଚାଲିବ ବୋଲି ଜଣାପଡିଛି । ଏଥିରେ ସାଧାରଣ ଲୋକ ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରାଯାଉଛି । ଯେଉଁଥିରୁ ଲୋକମାନଙ୍କ ଶରୀରରେ କେତେ ମାତ୍ରାରେ ଆଣ୍ଟିବଡି ସୃଷ୍ଟି ହୋଇଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ । ଫଳରେ ଆଗକୁ ଲକଡାଉନ୍ କିମ୍ବା ସଟଡାଉନ୍ ଓ ସ୍କୁଲ୍, କଲେଜ୍ ଆଦି ଖୋଲିବା ଦିଗରେ ସରକାର ଅବଗତ ହୋଇ ପାରିବେ । ଏହି କ୍ରମରେ ଲୋକଙ୍କ ଠାରୁ 40ଟି ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ଠାରୁ 100ଟି ନମୂନା ସଂଗ୍ରହ କରାଯାଇ ସମୁଦାୟ 12ଟି ଜିଲ୍ଲାରୁ 6680ଟି ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ନିଆଯିବ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.