ETV Bharat / state

ଅମାନିଆଙ୍କ ବାଇକ ଜବତ, ପାସ ଦେବ ପୋଲିସ

author img

By

Published : May 6, 2021, 3:53 PM IST

ଆଜି ଲକଡାଉନର ଦ୍ୱିତୀୟ ଦିନ । ପ୍ରଶାସନର କଡା ନିର୍ଦ୍ଦେଶ ସତ୍ତ୍ୱେ ବହୁ ଅମାନିଆ ନିୟମ ଭାଙ୍ଗି ରାସ୍ତାରେ ବୁଲୁଥିବା ଦେଖାଦେଇଛି । ଅଧିକ ପଢନ୍ତୁ...

second-day-covid-situation-lockdown-in-keonjhar
ଅମାନିଆଙ୍କ ବାଇକ ଜବତ, ପାସ ଦେବ ପୋଲିସ

କେନ୍ଦୁଝର: କୋରୋନାର ଦ୍ୱିତୀୟ ଲହର ତାର କାୟା ବିସ୍ତାର କରି ଚାଲିଛି । ଏହି ଲହର ପାଇଁ ରାଜ୍ୟ ସରକାର 14 ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଆଜି(ଗୁରୁବାର) ଏହି ଲକଡାଉନର ଦ୍ୱିତୀୟ ଦିନ । ପ୍ରଶାସନର କଡା ନିର୍ଦ୍ଦେଶ ସତ୍ତ୍ୱେ ବହୁ ଅମାନିଆ ନିୟମ ଭାଙ୍ଗି ରାସ୍ତାରେ ବୁଲୁଥିବା ଦେଖାଦେଇଛି ।

ଅମାନିଆଙ୍କ ବାଇକ ଜବତ, ପାସ ଦେବ ପୋଲିସ

ଏହି ବୁଲିବା ସମୟରେ ପୋଲିସ ପକ୍ଷରୁ କଡା ଯାଞ୍ଚ ବେଳେ ଧରାପଡିଛନ୍ତି ଅମାନିଆ । ଅମାନିଆଙ୍କ ଗାଡି ଜବତ କରିଛି ଟାଉନ ପୋଲିସ । ଆଜି ୪୦ରୁ ଊର୍ଦ୍ଧ୍ବ ବାଇକ ଜବତ କରିଛି ଟାଉନ ପୋଲିସ । ନିୟମ ଅନୁଯାୟୀ ଯେଉଁମାନେ ବାହାରକୁ ଯିବା ପାଇଁ ଚାହିଁବେ, ସେମାନେ www.keonjharpolice.in ରେ ଆବେଦନ କରି ପାସ ନେଇ ପାରିବେ ବୋଲି ଟାଉନ ଥାନା ଅଧିକାରିଣୀ ପ୍ରକାଶ କରିଛନ୍ତି । ଅମାନିଆଙ୍କ ପ୍ରତି ଏଭଳି କଡା ପଦକ୍ଷେପ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.