ETV Bharat / state

ଏଟିଏମ ଲୁଟ୍ ଉଦ୍ୟମ - ଏସବିଆଇ

ଶନିବାର ଭୋର ସମୟରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଣିଆପାଟଠାରେ ଲୁଟେରାମାନେ ଏଟିଏମକୁ ତାଡି ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ । ଲୁଟେରାମାନେ ପ୍ରୟାସ କରିଥିଲେ ହେଁ ସ୍ଥାନୀୟ ବାସିନ୍ଦାଙ୍କ କାରଣରୁ ଲୁଟିବାରେ ବିଫଳ ହୋଇଛନ୍ତି ଲୁଟିଆ ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Mar 16, 2019, 4:49 PM IST

କେନ୍ଦୁଝର: ଲୁଟ ଉଦ୍ୟମ ବିଫଳ । ଏଟିଏମ ଭାଙ୍ଗି ପ୍ରୟାସ ବିଫଳ ହେବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ଲୁଟେରା । ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଣିଆପାଟ ଠାରେ । ଲୁଟେରାମାନେ ପ୍ରୟାସ କରିଥିଲେ ହେଁ ସ୍ଥାନୀୟ ବାସିନ୍ଦାଙ୍କ କାରଣରୁ ଲୁଟିବାରେ ବିଫଳ ହୋଇଛନ୍ତି ଲୁଟିଆ ଦଳ ।

ଖବରମୁତାବକ, ଶନିବାର ଭୋର ସମୟରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଣିଆପାଟଠାରେ ଲୁଟେରାମାନେ ଏଟିଏମକୁ ତାଡି ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ । ତେବେ ସେହି ଏସବିଆଇ ଏଟିଏମରେ କୌଣସି ସୁରକ୍ଷାକର୍ମୀ ନଥିବାରୁ ଲୁଟେରାମାନେ ତାହାକୁ ଟାର୍ଗେଟ କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସ୍ଥାନୀୟ ଲୋକଙ୍କ ଉପସ୍ଥିତି ଯୋଗୁଁ ଲୁଟେରାମାନଙ୍କ ଲୁଟ୍ ଉଦ୍ୟମ ବିଫଳ ହୋଇଯାଇଛି । ଏହି ଘଟଣା ସମ୍ପର୍କରେ ଟାଉନ ପୋଲିସ୍ ସୂଚନା ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ସ୍ଲଗ- ବେଲଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଆତ୍ମହତ୍ୟା ନା ହତ୍ୟା ସନ୍ଦେହ ଘରରେ। ବିଳମ୍ବରେ ପୋଲିସ ପହଁଚିବା ନେଇ ଲୋକଙ୍କ ରାସ୍ତାରୋକ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 14/03/2019
ଆଙ୍କର- ବାଲେଶ୍ୱର ଟାଉନ ଥାନା ଅଧିନ ସୁନହଟ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ଥିବା ଏକ ବେଲଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ବିଳମ୍ବ ଯୋଗୁଁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇଥିଲେ। ଟାୟାର ଜାଳି ଚାନ୍ଦିପୁର ବାଲେଶ୍ୱର ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟ ରାସ୍ତା ଅବରୋଧ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣଙ୍କ ମଛୁଆସାହି ଅଞ୍ଚଳର ସେକ ଅନସାରିଙ୍କ ପୁଅ ସେକ ଅସୁରୁଦ୍ଦିନ(୨୩) ବୋଲି ଜଣାପଡ଼ିଛି। ଅସୁରୁଦ୍ଦିନ ଏକ ପିକଅପ ଭ୍ୟାନରେ ଡ୍ରାଇଭର ଭାବେ କାମ କରୁଥିଲେ। ଗତକାଲି ରାତି 10ଟାରେ ସେ ଘରକୁ ଆସି ପୁଣି କୁଆଡେ ଚାଲି ଯାଇଥିଲେ। ଆଜି ସକାଳେ ସୁନହଟ ମେଡିକାଲ ପଛ ପଟ ବେଲଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହି ଘଟଣାରେ ପୋଲିସ ପ୍ରାଥମିକ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.